ପ୍ରକାଶ ପାଇଛି ହେନଲି ଆଣ୍ଡ୍ ପାର୍ଟନର୍ସ ରିପୋର୍ଟ । ଏହି ରିପୋର୍ଟରେ ବିଶ୍ୱର ସବୁଠାରୁ ଧନୀ ସହର ତାଲିକା ବିଷୟରେ ବର୍ଣ୍ଣନା କରାଯାଇଛି । ତାଲିକାରେ ରହିଛି ଭାରତର ୫ ସହର । ସ୍ୱପ୍ନର ସହର ଭାବେ ଜଣାଶୁଣା ମୁମ୍ବାଇ ଭାରତର ଧନୀ ସହର ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ଭାରତର ବହୁ ସାଂସ୍କୃତିକ କେନ୍ଦ୍ର ଭାବେ ଜଣାଶୁଣା ଦିଲ୍ଲୀ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛି । ତୃତୀୟରେ ରହିଛି ଭାରତର ସିଲିକନ୍ ଭ୍ୟାଲି ସହର ଭାବେ କ୍ଷାତି ଅର୍ଜ୍ଜନ କରିଥିବା ବେଙ୍ଗାଲୁରୁ । ଚତୁର୍ଥରେ ମୋତି ସହର ହାଇଦ୍ରାବାଦ୍ ଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି ଟ୍ୟାଲେଣ୍ଡ ହବ୍ ଅଫ୍ ଇଣ୍ଡିଆ ବା କୋଲକାତା ।
