Home Breaking News କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

by Admin
0 comment

ବିବାଦୀୟ ବୟାନ ଦେଇ ଫସିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏହି ବୟାନ ପାଇଁ ସୁପ୍ରିମକୋର୍ଟ ଦୁଇ ବିଜେପି ନେତାଙ୍କୁ ନୋଟିସ୍ ପଠାଇଛନ୍ତି । ସୂଚନା ମୁତାବକ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଂସଦ ପରଭେଶ ଶର୍ମା ଦେଇଥିବା ‘ଗୋଲି ମାରୋ ନାରା’ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଭଳି ବିବାଦୀୟ ବୟାନ ପାଇଁ ଦୁଇ ବିଜେପି ନେତାଙ୍କ ନାଁରେ ଏଫଆଇ ରୁଜୁ କରିବାକୁ ହୋଇଥିବା ଆବେଦନକୁ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଏହି ପ୍ରସଙ୍ଗ ଉପରେ ଜବାବ ରଖିବାକୁ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ ସର୍ବୋଚ୍ଚ ଅଦାଲତ ନୋଟିସ ଜାରି କରିଛନ୍ତି ।

ବରିଷ୍ଠ ଆଇନଜୀବୀ ବ୍ରିନ୍ଦା କର୍ତ୍ତାଙ୍କ ଆବେଦନର ଶୁଣାଣି କରି ଏହି ନିଷ୍ପତି ଦେଇଛନ୍ତି କୋର୍ଟ । ‘ଦେଶ କେ ଗଦ୍ଦାରୋଁ କୋ ଗୋଲି ମାରୋ ନାର’ା ଅତ୍ୟନ୍ତ ଚିନ୍ତାଜନକ । ଗଦ୍ଦାରର ଅର୍ଥ ଦେଶଦ୍ରୋହୀ । ଏଠାରେ ‘ଗୋଲି ମାରୋ’ ଶବ୍ଦ ନିଶ୍ଚିତ ଭାବେ କୌଣସି ମେଡିସିନ୍ ପ୍ରେସକ୍ରିସପ୍ସନ ବଟିକା ସମ୍ପର୍କରେ ନୁହେଁ । ଏହାପରେ କୋର୍ଟ ନୋଟିସ ଜାରି କରି ପକ୍ଷ ରଖିବାକୁ କହିଛନ୍ତି । ଗତ ୨୦୨୨ ଜୁନରେ ଦିଲ୍ଲୀ ହାଇକୋର୍ଟ ହାଇକୋର୍ଟ ବ୍ରିନ୍ଦା ଓ କେ.ଏମ. ତିୱାରୀଙ୍କ ଆବେଦନ ଖାରଜ କରିଥିଲେ । ଉଭୟ ଟ୍ରାଏଲ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ । ଦୁଇ ବିଜେପି ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ହୋଇଥିବା ଆବେଦନ ଟ୍ରାଏଲ କୋର୍ଟ ପ୍ରଥମେ ଖାରଜ ହୋଇଯାଇଥିଲା । ଆବେଦନକାରୀ ଉଭୟ ଟ୍ରାଏଲ କୋର୍ଟ ଓ ହାଇକୋର୍ଟରେ ନିରାଶ ହେବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନର ଶୁଣାଣି କରି ଉଭୟ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ସାଂସଦ ପରଭେଶ ଶର୍ମାଙ୍କୁ ନୋଟିସ୍ ଜାରି କରିଛନ୍ତି । ରିପୋର୍ଟ ମୁତାବକ ନାଗରିକତ୍ୱ ସଂଶୋଧନ ଆଇନ୍ ବା ସିଏଏକୁ ନେଇ ଦିଲ୍ଲୀରେ ବିକ୍ଷୋଭ ହେଉଥିବା ବେଳେ ୨୦୨୦ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରଚାର କରାଯାଉଥିଲା । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଏମପି ପରଭେଶ ଶର୍ମା ଏହି ବିବାଦୀୟ ବୟାନ ଦେଇଥିଲେ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc