Home Politics ବିଜେପି ମେଣ୍ଟରେ ଯୋଗଦେବେ ଅଜିତ୍ ପାୱାର !

ବିଜେପି ମେଣ୍ଟରେ ଯୋଗଦେବେ ଅଜିତ୍ ପାୱାର !

by Admin
0 comment

ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି ରାଜନୈତୀକ ଝଡ଼ । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ତଥା ମହାରାଷ୍ଟ୍ର ବିରୋଧୀ ନେତା ଅଜିତ୍ ପାୱାର ବିଜେପି ସହ ହାତ ମିଳାଇବେ ବୋଲି ଏବେ ସବୁଠି ଚର୍ଚ୍ଚା । ଖୁବଶୀଘ୍ର ଅଜିତ୍ ଏନେଇ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ହେଲେ ଦଳ ମୁଖ୍ୟ ଶରଦ୍ ପାୱାର ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏପରି କି ନିକଟରେ ସେ ବିଜେପି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ସାକ୍ଷାତ କରିଥିବା କଥାକୁ ବି ଖଣ୍ଡନ କରିଛନ୍ତି ଶରଦ ପାୱାର । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର କହିଛନ୍ତି, ମହାବିକାଶ ଅଘାଡ଼ି ମେଣ୍ଟ ର ସେ ଅଂଶୀଦାର ଥିବାରୁ ସେ ମେଣ୍ଟକୁ ଅଧିକ ମଝଭୁତ କରିବାକୁ ପ୍ରୟାସ ଚଳାଇଛନ୍ତି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ୧୫ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ତେଣୁ ମହାରାଷ୍ଟ୍ର ସରକାର ଖୁବଶୀଘ୍ର ଭାଙ୍ଗିବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ଅପରପକ୍ଷରେ ନିଜର ରାଜନୈତିକ ଶକ୍ତି ବଢାଇବା ସହ ମହାରାଷ୍ଟ୍ରରେ ନିଜ ସରକାର ବଞ୍ଚାଇବାକୁ ଏବେ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି ବିଜେପି । ଏଣୁ ଯେ କୌଣସି ପରିସ୍ଥିତିରେ ସେ ଅତିତ୍‌ଙ୍କ ସମର୍ଥନ ଲୋଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରି କି ଅଜିତ୍ ପାୱାର ଯଦି ବିଜେପିରେ ସାମିଲ ହୁଅନ୍ତି ତେବେ ସେ ତାଙ୍କୁ ମୁଖ୍ୟମନ୍ତ୍ରୀ ବି ବନାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସିନ୍ଦେ ଗୋଷ୍ଠୀର ୧୫ ବିଧାୟକ ଅଯୋଗ୍ୟ ଘୋଷିତ ହେଲେ ମଧ୍ୟ ଦଳ ପାଖରେ ୧୪୯ବିଧାୟକ ରହିବେ । ଏବେ ୨୮୮ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା କମି ୨୭୨ ହୋଇଯିବ । ଏଣୁ ବହୁମତ ପାଇଁ ୧୩୭ ବିଧାୟକ ବିଧାୟକ ଆବଶ୍ୟକ ଯାହା କି ଏବେ ବର୍ତମାନ ସରକାର ନିକଟରେ ରହିଛି । ହେଲେ ଅଜିତ୍ ପାୱାର ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବା ଖବରକୁ ଖଣ୍ଡନ କରିଛି କଂଗ୍ରେସ । । ଗୋଟିଏ ପଟେ ଦଳ ମୁଖ୍ୟ ଶରଦ୍ ପାୱାର ବିଜେପି ସହ କୌଣସି ପରିସ୍ଥିତିରେ ମିଶିବେନି ବୋଲି ସ୍ପଷ୍ଟ କରିସାରିଛନ୍ତି । ଏହାରି ଭିତରେ ଏବେ ଅଜିତ୍ ପାୱରଙ୍କୁ ନେଇ ସସପେନ୍ସ ବଢିଚାଲିଥିଲେ ବି ଅଜିତ୍ ପାୱାରଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc