ଉତ୍ତରପ୍ରଦେଶରେ ପୁଣି ଚାଲିଛି ଗୁଳି । ସ୍ପଷ୍ଟ ଦିବାଲୋକରେ ୨ଜଣ ବନ୍ଧୁକଧାରୀ ଯୁବକ ଗୁଳି କରି ଜଣେ କଲେଜ ଛାତ୍ରୀଙ୍କୁ ହତ୍ୟା କରିଛନ୍ତି । ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ ଘରକୁ ଫେରିବା ବାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୟୁପିର ଜଲାଉନ୍ ଜିଲ୍ଲାରେ ଆଜି ଏଭଳି ଘଟଣା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥତିର ଅସଲ ଚେହେରା ପଦାରେ ପକାଇଛି । ଗୁଳି କରିବା ପରେ ୨ଜଣ ଯୁବକ ଘଟଣାସ୍ଥଳରେ ସେମାନଙ୍କ ବନ୍ଧୁକ ଛାଡ଼ି ଫେରାର ହୋଇଯାଇଥିଲେ । ସ୍ଥାନୀୟ ପୋଲିସ ଷ୍ଟେସନଠାରୁ ମାତ୍ର ୨ଶହ ମିଟର ଦୂରରେ ଏହି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛି । ଗୁଳିମାଡ଼ରେ ପ୍ରାଣ ହରାଇଥିବା ଛାତ୍ରୀ ଜଣଙ୍କ ହେଲେ ୨୧ବର୍ଷିୟା ରୋଷନୀ ଅହରିୱାରା ।



