ଦେଶର ବିଭିନ୍ନ ସହରରେ ବର୍ତ୍ତମାନ ତାପମାତ୍ରା ବଢିବାରେ ଲାଗିଛି । ଲୋକ ସକାଳ ୯ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାହାରକୁ ବାହାରି ପାରୁନାହାନ୍ତି । ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ସହରକୁ ହିଟ୍ ୱେବ ମଧ୍ୟ ଜାରି କରାଯାଉଛି । ଏହି କ୍ରମରେ ଉତ୍ତର ପ୍ରଦେଶର ପ୍ରୟାଗ ରାଜ ସହର ୪୪.୬ ଡିଗ୍ରୀ ସହିତ ଭାରତର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ସେହିପରି ଓଡିଶାର ବାରିପଦା ୪୪.୨ ଡିଗ୍ରୀ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।

