ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି, ଭିନ୍ନ ଭିନ୍ନ ପରମ୍ପରାର ଲୋକ ବସବାସ କରନ୍ତି । ସେମାନଙ୍କର ବେଶଭୁଷା ପୋଷାକ ପତ୍ର ଏବଂ ଚଳଣୀ ପରସ୍ପର ଠାରୁ ଅଲଗା । ମଧ୍ୟ ପ୍ରଦେଶ ରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳେ । ଏଠାରେ ଝିଅ ବାହାଘରର ପରେ ନାଲି ନୁହେଁ ବରଂ ଧଳା ରଙ୍ଗର ବସ୍ତ୍ରପିନ୍ଧି ବିଦା ହୋଇଥାଏ ।
ସୂଚନାନୁସାରେ ମଧ୍ୟ ପ୍ରଦେଶରେ ଭିମଡୋଙ୍ଗରୀ ଗାଁ ରହିଛି । ଗ୍ରାମରେ ଆଦିବାସୀଙ୍କ ସଂଖ୍ୟା ଅନ୍ୟ ଲୋକଙ୍କ ଠାରୁ ଖୁବ ଅଧିକା । ଏବଂ ଏହି ଆଦିବାସୀମାନେ ବିବାହକୁ ନେଇ ଏକ ଆଶ୍ଚର୍ଯ୍ୟକର ପ୍ରଥାର ପାଳନ କରନ୍ତି । ଗ୍ରାମବାସୀମାନେ ଗୌଣ୍ଡି ଧର୍ମ ମାନନ୍ତି । ଗୌଣ୍ଡି ଧର୍ମରେ ଧଳା ପୋଷାକକୁ ଶୁଭ ଓ ପବିତ୍ର ବୋଲି ମନେ କରାଯାଏ । ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଘରେ ସୁଖଶାନ୍ତି ଲାଗି ରହିଥାଏ । ସେହି କାରଣରୁ ବିବାହ ସମୟରେ କନ୍ୟା ଧଳା ବସ୍ତ୍ର ପରିଧାନ କରି ବିବାହ କରନ୍ତି । ଏବଂ ନିଜ ନୂଆ ଜୀବନର ଆରମ୍ଭ କରିବା ପାଇଁ ଧଳା ରଙ୍ଗକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ।



