Home Breaking News ବଢିଲା ଯୋଗୀଙ୍କ ସୁରକ୍ଷା

ବଢିଲା ଯୋଗୀଙ୍କ ସୁରକ୍ଷା

by Admin
0 comment

ମାଟିରେ ମିଶିଛି ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଅତିକ୍ ଅହମ୍ମଦର ସାମାଜ୍ର‌୍ୟ । ଯାହା କହିଥିଲେ ଶେଷରେ ତାହା ହିଁ କରି ଦେଖାଇଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମାଟିରେ ମିଶିଛି ଉମେଶ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ମୃତଶରୀର । ଅତିକ୍ ସାମ୍ରାଜ୍ୟ ମାଟିରେ ମିଶିବା ପରେ ଏବେ ନିଜର ସୁରକ୍ଷା ଚିନ୍ତା ଘାରିଛି ଯୋଗୀ ଆଦିତ୍ୟନାଥଙ୍କୁ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତାପ୍ରକଟ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଲକ୍ଷ୍ନୌ ବାହାରେ ଯାତ୍ରା ସମୟରେ ସିଏମ ଯୋଗୀଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇଦିଆଯିବ । କାରଣ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ସହ ବିଜେପିର ଜଣେ ଷ୍ଟାର ପ୍ରଚାରକ ।

ଏଭଳି ପରିସ୍ଥିତିରେ କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୂଚନା ମୁତାବକ ଅତିକ୍ ଅହମ୍ମଦ ଏବଂ ତାଙ୍କ ଅସରଫ ଅହମ୍ମଦଙ୍କ ହତ୍ୟା ପରେ ସିଏମ୍ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଏଥିରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା । ଯୋଗୀ ଆଦିତ୍ୟନାଥ ସରକାର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇଙ୍କୁ ପ୍ରୟାଗରାଜରେ ପୋଲିସ ସମ୍ମୁଖରେ ହତ୍ୟା କରିବା ପରଠାରୁ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଘଟଣାର ଅନୁସନ୍ଧାନ ପାଇଁ ପ୍ରୟାଗ କମିଶନର ଏସଆଇଟି ଗଠନ କରିଛନ୍ତି । ଏହି ଏସଆଇଟି ସୋମବାର ମଧ୍ୟ ଅନେକ ସ୍ଥାନରେ ଚଢାଉ କରିଥିଲା । ଅନ୍ୟପକ୍ଷରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବାକୁ ସେମାନଙ୍କ ଘରେ ପହଞ୍ଚିଥିଲା । ଏହି ସମୟରେ ପୋଲିସ ସେମାନଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା ଚଳାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc