Home Breaking News ସମଲିଙ୍ଗୀ ବିବାହକୁ କେନ୍ଦ୍ରର ବିରୋଧ

ସମଲିଙ୍ଗୀ ବିବାହକୁ କେନ୍ଦ୍ରର ବିରୋଧ

by Admin
0 comment

ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟରେ ବିରୋଧ କରିଛି କେନ୍ଦ୍ର । ନୂଆ ସାମାଜିକ ଅନୁଷ୍ଠାନ ସୃଷ୍ଟି ନ୍ୟାୟିକ ନିର୍ଦ୍ଧାରଣ ପରିସର ବାହାରେ ହୋଇଥିବାରୁ ସମଲିଙ୍ଗୀ ବିବାହ ଅଧିକାରକୁ ସମ୍ମତି ଦେବା ଅନୁଚିତ୍ । ଏଣୁ ଅଦାଲତମାନେ ସମଗ୍ର ଆଇନ ଶାଖାର ପୁନର୍ଲିଖନ କରିପାରିବେନି ବୋଲି କହି ସମଲିଙ୍ଗୀ ବିବାହକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ସେହିପରି ଭାରତରେ ସମଲିଙ୍ଗୀ ବିବାହର ଆଇନଗତ ବୈଧ୍ୟତା ଦାବି କରୁଥିବା ଉକ୍ତ ପିଟିସନଗୁଡିକୁ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା କଥାକୁ ବି କେନ୍ଦ୍ର ସରକାର ବିରୋଧ କରିଛନ୍ତି । ଏକ ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି, ଅଦାଲତରେ ଦାଏର ହୋଇଥିବା ପିଟିସନଗୁଡିକ ସାମାଜିକ ଗ୍ରହଣୀୟତା ଉଦ୍ଦେଶ୍ୟରେ ନଗରାଞ୍ଚଳ ଆଭିଜାତ୍ୟ ବର୍ଗର ମତାମତ ପ୍ରତିଫଳନ କରୁଛି । ଏହାକୁ ଆଇସିଦ୍ଧ କରିବାକୁ ହେଲେ ଗ୍ରାମୀଣ, ଅର୍ଦ୍ଧ ଗ୍ରାମୀଣ ଓ ନଗରାଞ୍ଚଳ ଜନସାଧାରଣଙ୍କ ସାମଗ୍ରିକ ଦୃଷ୍ଟିଭଙ୍ଗୀ ଓ ମତାମତ ପ୍ରତି ଧ୍ୟାନ ଦେବାକୁ ପଡିବ ।

ଏହାଛଡ଼ା ବିବାହ କ୍ଷେତ୍ରରେ ଥିବା ଧର୍ମ ବିଶ୍ୱାସ, ବ୍ୟକ୍ତିଗତ ରୀତିନୀତି ତଥା ଅନ୍ୟାୟ ଦିଗକୁ ବି ବିଚାର କରିବାକୁ ପଡ଼ିବ । ଏହି ମାମଲାର ଶୁଣାଣି ପାଇଁ ଏକ ୫ଜଣିଆ ସାମ୍ବିଧାନୀକ ଖଣ୍ଡପୀଠ ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଏପ୍ରିଲ ୧୮ରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ ଏବଂ ବିଚାରପତି ଏସ.କେ. କୌଲ, ଏସ. ରବୀଚନ୍ଦ୍ର ଭଟ୍ଟ, ପି.ଏସ. ନରସିଂହ ଏବଂ ହିମା କୋହଲି ଏହି ପିଟିସନଗୁଡିକର ଶୁଣାଣି ଆରମ୍ଭ କରିବେ । ସୂଚନା ମୁତାବକ ଗତ ମାର୍ଚ୍ଚ ୧୩ରେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାକୁ ଏକ ବୃହତ୍ତର ଖଣ୍ଡପୀଠକୁ ରେଫର୍ କରିଥିଲେ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc