Home Breaking News ସୀମା ବିବାଦ: ଭଦ୍ରକରେ ୧୪୪ ଜାରି

ସୀମା ବିବାଦ: ଭଦ୍ରକରେ ୧୪୪ ଜାରି

by Admin
0 comment

ଦୁଇ ଗାଁ ମଧ୍ୟରେ ସୀମା ବିବାଦ । ଏହାକୁ କେନ୍ଦ୍ର କରି ଭଦ୍ରକରେ ୪୮ଘଣ୍ଟିଆ ୧୪୪ ଧାରା ଜାରି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲା ବଅନ୍ତ ନଳକ ଆପଣ୍ଡା ଛକରୁ ୨ଶହ ମିଟର ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି । ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ସୀମା ବିବାଦ ପାଇଁ ଓରାଳି ଛକରେ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ପରେ ପ୍ରଶାସନିକ ପଦକ୍ଷେପ ନିଆଯାଇଛି ।

ଆସନ୍ତା ୧୮ତାରିଖ ଦିନ ୧୧ଟା ଯାଏଁ ବଳବତ୍ତର ରହିଛି ୧୪୪ଧାରା । ସୀମା ବିବାଦ ପ୍ରସଙ୍ଗରେ ଉଭୟ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି କ୍ଷତ୍ରିୟ ତଦନ୍ତ ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । ବହୁବର୍ଷ ପୂର୍ବରୁ ଏହି ଛକଟି ଓରାଳି ଛକ ନାଁରେ ନାମିତ ହୋଇଥିଲା । ହେଲେ ଆପଣ୍ଡା ଗାଁର ଲୋକମାନେ ଏହାକୁ ଆପଣ୍ଡା ଛକ ଭାବେ ନାମକରଣ କରିବାକୁ ଦୀର୍ଘଦିନ ହେବ ଦାବି କରିଆସୁଥିଲେ । ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆପଣ୍ଡା ଛକ ଲେଖା ଥିବା ସୂଚନା ଫଳକ ଲଗାଯାଉଥିବା ବେଳେ ଏହାକୁ ବିରୋଧ କରିଥିଲେ ଓରାଳି ଗାଁଲୋକେ । ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟି ପରସ୍ପର ଉପରକୁ ଟେକାପଥର ମାଡ ଆରମ୍ଭ କରିଦେଇଥିଲେ । ପରେ ବଅନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc