ପୂର୍ବରୁ ସିବିଆଇ ପକ୍ଷରୁ ସମନ ପାଇବା ପରେ ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲ ସିବିଆଇରେ ହାଜର ହୋଇଥିବା ବେଳେ ସେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ । ହେଲେ ଜେରାବେଳେ କେଜ୍ରିୱାଲଙ୍କୁ ଗିରଫ ହେବାର ଭୟ ଘାରିଛି । ସେ ନିଜେ ମଧ୍ୟ ଏନେଇ ଗତ ଶନିବାର ଇସାରା ଦେଇଛନ୍ତି । ତାଙ୍କୁ ସିବିଆଇ ନିଶ୍ଚିତ ଗିରଫ କରିବ ବୋଲି କହିଥିଲେ କେଜ୍ରିୱାଲ । ଖାସ୍ ଏଥିପାଇଁ ବିଜେପି ବିରୋଧରେ ମନଭରି ବର୍ଷିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ ଟାର୍ଗେଟ୍ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ସମେତ ରାଉଜ୍ ଆଭେନ୍ୟୁସ୍ଥିତ ଆମ ଆଦମୀ ପାର୍ଟି ମୁଖ୍ୟାଳୟରେରେ ବ୍ୟାରିକେଡ୍ ଲଗାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।


