ଜାତୀୟ ରାଜପଥରେ ଟୋଲ ଆଦାୟ ପାଇଁ କରାଯାଇଛି ଫାସ୍ଟ୍ୟାଗ୍ ବ୍ୟବସ୍ଥା । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ ବୃଦ୍ଧି ପାଇବାରେ ଲାଗିଛି ସରକାରଙ୍କ ରାଜସ୍ୱ । କେବଳ ଯେ ରାଜସ୍ୱ ବଢୁଛି ତାହା ନୁହେଁ, ଫାସ୍ଟ୍ୟାଗ୍ ପାଇଁ ମିଳୁଛି ଅନେକ ସୁବିଧା । ଗାଡିଚାଳକମାନେ ବି ଏହାଦ୍ୱାରା ବେଶ୍ ଉପକୃତ ହେଉଛନ୍ତି । ଫାସ୍ଟ୍ୟାଗ୍ ବ୍ୟବସ୍ଥା ଲାଗୁ ନହେବା ପୂର୍ବରୁ ଗୋଟିଏ ଗାଡି ପାର୍ ହେବା ପାଇଁ ଲାଗୁଥିଲା ୮ମିନିଟ୍, ଯାହା ଏବେ ମାତ୍ର ୪୭ସେକେଣ୍ଡକୁ ହ୍ରାସ ପାଇଛି । ଏକ ରିପୋର୍ଟ ମୁତାବକ ଗତ ୨୦୧୭-୧୮ରେ ମୋଟ ଟୋଲ ଆଦାୟ ରାଶି ୨୧ହଜାର ୯୪୮କୋଟି ଟଙ୍କା ରହିଥିଲା । ସେହି ସମୟରେ କେବଳ ୧୬ ପ୍ରତିଶତ ଗାଡିରେ ରହିଥିଲା ଫାସଟ୍ୟାଗ୍ ସୁବିଧା ।



