Home Breaking News EMI ଡେରି ହେଲେ ଲାଗିବନି ଜରିମାନା

EMI ଡେରି ହେଲେ ଲାଗିବନି ଜରିମାନା

by Admin
0 comment

ଋଣଧାରୀଙ୍କ ପାଇଁ ଖୁସି ଖବର । ଆରବିଆଇ ଜାରି କରିଛି ନୂଆ ନିୟମ । ଏଣିକି ଇଏମଆଇ ଦେବାକୁ ଡେରି ହେଲେ ଦେବାକୁ ପଡିବନି ଜରିମାନା । ବିଭିନ୍ନ କାରଣରୁ ଋଣ ପରିଶୋଧ କରିବାରେ ଅକ୍ଷମ ହେଉଥିବା ଲୋକଙ୍କୁ ଆଉ ପୂର୍ବଭଳି ଭାରି ଜରିମାନା ଦେବାକୁ ପଡ଼ିବନି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଛି ଚିଠା ନିୟମ । ଋଣଧାରୀଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ଉପରେ ବ୍ୟାଙ୍କ କିମ୍ବା ଆର୍ôଥକ ସଂସ୍ଥା ସୁଧ ଅସୁଲ କରିବା ବେଆଇନ ବୋଲି କହିଛି ଆରବିଆଇ । ଜରିମାନା ଆଦାୟ ବ୍ୟାଙ୍କ ପାଇଁ ଆୟର ମୂଳଉତ୍ସ ନୁହେଁ ବୋଲି ଆରବିଆଇ ଚିଠାରେ କୁହାଯାଇଛି । ଜରିମାନାକୁ ସୁଧ ନୁହେଁ ବରଂ ଏକ ଫି’ ଭାବେ ଆଦାୟ କରାଯାଉ । ଏହାସହ ଆରବିଆଇ କହିଛି, ଏହା ବ୍ୟାଙ୍କଗୁଡିକ ଋଣଧାରୀଙ୍କ ଉପରେ ଦଣ୍ଡବିଧାନ କରିବାର ଅଧିକାର ଦେଇଛି, କିନ୍ତୁ ଏହାର ଅପବ୍ୟବହାର କରାଯାଉଛି ।

ବ୍ୟାଙ୍କଗୁଡିକ ଇଏମଆଇ ଫାଇନକୁ ଏକ ରାଜସ୍ୱ ଅଭିବୃଦ୍ଧିର ଉପକରଣ ଭାବେ ବ୍ୟବହାର କରୁଛନ୍ତି । ଆରବିଆଇର ଚିଠା ନିୟମ ଅନୁଯାୟୀ ଅନେକ ନିୟନ୍ତ୍ରିତ ସଂସ୍ଥା ଜରିମାନା ସୁଧହାର ଆଦାୟ କରିଥାଆନ୍ତି । ଚିଠା ନିୟମରେ କୁହାଯାଇଛି, ମୂଳ ସୁଧହାର ବ୍ୟତୀତ ଜରିମାନା ସୁଧହାରକୁ ବ୍ୟାଙ୍କ କିମ୍ବା ଆର୍ôଥକ ସଂସ୍ଥାଗୁଡିକ ରାଜସ୍ୱ ଅଭିବୃଦ୍ଧି ଉପକରଣ ଭାବେ ବ୍ୟବହାର କରାଯିବା ଅନୁଚିତ୍ । ସମୀକ୍ଷାରୁ ଜଣାପଡ଼ିଛି ଯେ, ଦଣ୍ଡିତ ସୁଧ ଆଦାୟକୁ ନେଇ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ମଧ୍ୟରେ ବିଭିନ୍ନ ନିୟମ ରହିଛି । ଏହାକୁ ନେଇ ଗ୍ରାହକଙ୍କ ଆଡୁ ବହୁ ଅଭିଯୋଗ ଆସୁଛି ଯାହା ବିବାଦ ସୃଷ୍ଟି କରୁଛି । ଚିଠା ନିୟମରେ ଆରବିଆଇ ପ୍ରସ୍ତାବ ଦେଇଛି ଯେ, ଏଣିକି ବିଳମ୍ବିତ ଇଏମଆଇ ପୈଠ ପାଇଁ ବ୍ୟାଙ୍କ ଜରିମାନା ସୁଧହାର ଆକାରରେ ଆଦାୟ କରାଯାଇପାରିବନି । ଆରବିଆଇର ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ୍ ବୋଲି ସର୍କୁଲାରରେ କୁହାଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc