୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ଗାଡି ବିକ୍ରି ଶତକଡ଼ା ୨୬.୭ପ୍ରତିଶତ ବୃଦ୍ଧି ପାଇଛି । ଉଭୟ ପାସେଞ୍ଜର ଓ ବ୍ୟକ୍ତିଗତ ଗାଡିଗୁଡିକର ବିକ୍ରି ବୃଦ୍ଧି ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ସେମିକଣ୍ଡକ୍ଟର ଚିପ୍ ସହଜରେ ଉପଲବ୍ଧ ହେବା ଏବଂ ଏସୟୁଭିର ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଅନୁକୁଳ ପ୍ରଭାବ ପଡିଛି ବିକ୍ରି ଉପରେ । ୨୦୨୩ ମାର୍ଚ୍ଚ ୩୧ସୁଦ୍ଧା ଶେଷ ହେଉଥିବା ଆର୍ଥିକ ବର୍ଷରେ ଦେଶରେ ୩୯ଲକ୍ଷ ଗାଡି ବିକ୍ରି ହୋଇଛି । ପୂର୍ବବର୍ଷଗୁଡିକରେ ମାର୍ଚ୍ଚ ୩୧ସୁଦ୍ଧା ଏହି ସଂଖ୍ୟା ୩୧ପ୍ରତିଶତ ରହିଥିଲା ।
