ଜଣେ ପ୍ରଖ୍ୟାତ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ପୂର୍ବତନ ସାଂସଦ ଅତିକ୍ ଅହମ୍ମଦର ପୁଅ ଅସଦ୍ ଅହମ୍ମଦକୁ ଏନକାଉଣ୍ଟର କରିଛି ୟୁପି ଏସଟିଏଫ୍ । ଅସଦ ଅହମ୍ମଦର ସହଯୋଗୀ ମହମ୍ମଦ ଗୁଲାମ ମଧ୍ୟ ଏହି ଏନକାଉଣ୍ଟରରେ ନିହତ ହୋଇଛି । ଉଭୟଙ୍କର ଗତକାଲି ବିଳମ୍ବିତ ରାତିରେ ଝାନସୀର ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଆଜି ଉଭୟଙ୍କୁ ସମାଧି ଦିଆଯିବ । ତେବେ ପୁଅର ଶେଷ ଶୋଭାଯାତ୍ରାରେ ସାମିଲ ହେବା ନିମେନ୍ତ ଅତିକ୍ ଅହମ୍ମଦକୁ ଶେଷ ପର୍ଯ୍ୟନ୍ତ ମିଳିଲାନି ଅନୁମତି ।




