Home Breaking News ଜାରି ହେଲା ସରକାରୀ ଲିଷ୍ଟ୍‌ : ଏସବୁ ବ୍ୟାଙ୍କ ହେବ ପ୍ରାଇଭେଟାଇଜେସନ୍

ଜାରି ହେଲା ସରକାରୀ ଲିଷ୍ଟ୍‌ : ଏସବୁ ବ୍ୟାଙ୍କ ହେବ ପ୍ରାଇଭେଟାଇଜେସନ୍

by Admin
0 comment

ଜାରି ହୋଇଛି କେନ୍ଦ୍ର ସରକାରଙ୍କ ଲିଷ୍ଟ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ବ୍ୟାଙ୍କକୁ ପ୍ରାଇଭେଟାଇଜେସନ୍ କରାଯାଇସାରିଲାଣି । ଏବେ ପୁଣିଥରେ ବ୍ୟାଙ୍କକୁ ପ୍ରାଇଭେଟାଇଜେସନ୍ କରାଯିବ ବୋଲି ଖବର ସାମ୍ନାକୁ ଆସିଛି । ସରକାର ଅନେକ ବ୍ୟାଙ୍କ ଏବଂ କମ୍ପାନୀକୁ ପ୍ରାଇଭେଟ୍ କରିବାକୁ ନେଇଛନ୍ତି ନିଷ୍ପତି । ଯାହାକୁ ନେଇ ଜୋରସୋରରେ କାମ ଚାଲିଥିବା ବେଳେ ସରକାରୀ କର୍ମଚାରୀ କିନ୍ତୁ ଏହାକୁ ବିରୋଧ କରୁଛନ୍ତି ।

ଦେଶର ପ୍ରମୁଖ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଛାଡି ଅନ୍ୟ ସମସ୍ତ ସରକାରୀ ବ୍ୟାଙ୍କକୁ ପ୍ରାଇଭେଟ୍‌କୁ ହସ୍ତାନ୍ତର କରିବା ଉଚିତ୍ ବୋଲି କହିଛି ନୀତି ଆୟୋଗ । ହେଲେ ଦେଶର ୬ଟି ସରକାରୀ ବ୍ୟାଙ୍କକୁ ପ୍ରାଇଭେଟ୍ କରାଯିବନି ବୋଲି କହିଛି ନୀତି ଆୟୋଗ । ନୀତି ଆୟୋଗ ପକ୍ଷରୁ ଜାରି ଲିଷ୍ଟରେ କୁହାଯାଇଛି, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ୍‌, କାନାରା ବ୍ୟାଙ୍କ, ଏସବିଆଇ, ବ୍ୟାଙ୍କ୍ ଅଫ୍ ବରୋଦା ଏବଂ ଇଣ୍ଡିଆନ୍ ବ୍ୟାଙ୍କକୁ ସରକାର ପ୍ରାଇଭେଟ୍ କରିବେନି । ସରକାରୀ ସୂତ୍ରରୁ ମିଳିଥିବା ଖବର ମୁତାବକ ଯେଉଁ ସରକାରୀ ବ୍ୟାଙ୍କ କନସୋଲିଡେସନର ଅଂଶିଦାର ଥିଲା, ସେ ସମସ୍ତ ବ୍ୟାଙ୍କକୁ ପ୍ରାଇଭେଟାଇଜେସନଠାରୁ ଦୂରେଇ ରଖାଯାଇଛି । ଏଠାରେ ଆମେ କହିରଖିବାକୁ ଚାହୁଁଛୁ, ସରକାରଙ୍କ ପକ୍ଷରୁ ଗତ ୯ ଅଗଷ୍ଟ ୨୦୧୯ରେ ୪ଟି ବ୍ୟାଙ୍କକୁ ମର୍ଜ୍ଜ କରାଯାଇଥିଲା । ଯାହାପରେ ଦେଶରେ ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ରୁ ହ୍ରାସ ପାଇ ଏବେ ୧୨ରେ ପହଞ୍ଚିଛି । ଯଦିଓ ଏହି ବ୍ୟାଙ୍କକୁ ପ୍ରାଇଭେଟାଇଜେସନ୍ କରିବା ବିଷୟରେ ଏବେସୁଦ୍ଧା କୌଣସି ବି ପ୍ଲାନିଂ ହୋଇନି । ମାତ୍ର ଅର୍ଥମନ୍ତ୍ରଣାଳୟ ନିଜ ରାୟରେ କହିଛନ୍ତି, ଏ ସମସ୍ତ ବ୍ୟାଙ୍କକୁ ପ୍ରାଇଭେଟାଇଜେସନ ଠାରୁ ବାହାରେ ରଖାଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc