ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ ହାଇସ୍କୁଲ ଶିକ୍ଷକଙ୍କୁ ବଡ ଉପହାର ଦେଇଛନ୍ତି ରାଜ୍ୟ ସରକାର । ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ନିୟମିତ କରାଇଛନ୍ତି ରାଜ୍ୟ ସରକାର । ନିଯୁକ୍ତି ପାଇବାର ପ୍ରାୟ ୬ ମାସ ପରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରାଇଛି ଗଣଶିକ୍ଷା ବିଭାଗ ।
ରାଜ୍ୟର ପ୍ରାୟ ୧୮ହଜାରରୁ ଅଧିକ ଶିକ୍ଷକ ଏହି ନିୟମ ଦ୍ୱାରା ଉପକୃତ ହେବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ନିୟମିତ କରିବା ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକମାନେ ଅନେକ ଦିନରୁ ଆନ୍ଦୋଳନ କରୁଥିଲେ । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ତାଙ୍କୁ ନିୟମିତ କରାଯାଇଛି ।