Home Breaking News ବିଜେପିର ଖେଳ ବିଗାଡିବେ ବିଦ୍ରୋହୀ ପ୍ରାର୍ଥୀ

ବିଜେପିର ଖେଳ ବିଗାଡିବେ ବିଦ୍ରୋହୀ ପ୍ରାର୍ଥୀ

by Admin
0 comment

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଟିକେଟ କଟିଛି ବିଜେପି ।ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ଏହି ଦୁଇ ବିଦ୍ରୋହୀ ନେତା ବେଜେପିର ଖେଳ ବିଗାଡି ଦେଇପାରନ୍ତି।

ସୂଚନା ଅନୁସାରେ କର୍ଣ୍ଣାଟକରେ ମୋଟ ୨୨୪ ସିଟ୍ ପାଇଁ ନିର୍ବାଚନ ହେବାକୁ ଯାଉଛି ,ବିଜେପି ୧୮୯ ସିଟ ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି ,ଏହି ପ୍ରାର୍ଥୀ ତାଲିକାରେ ଅନେକ ବିବାଦୀୟ ନେତାଙ୍କ ନାମ ସାମିଲ ଥିବା ବେଳେ ,୧୧ ଜଣ ପୂର୍ବତନ ବିଧାୟକଙ୍କ ଟିକେଟ କାଟିଛି ଭାରତୀୟ ଜନତା ପ୍ରାର୍ଥୀ ।ଏହାସହ ୫୨ ଜଣ ନୂଆ ଚେହେରାକୁ ମଇଦାନକୁ ଓହ୍ଲାଇଛି ଦଳ ।

ହେଲେ ଦୁଇଜଣ ବଡ ଚେହେରାଙ୍କ ଟିକେଟ କାଟିବା ବିଜେପିକୁ ଭାରି ପଡିପାରେ,ଟିକେଟ କଟିଥିବା ନେତାଙ୍କ ଭିତରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିବା ଜଗଦୀଶ ସଟ୍ଟାରଙ୍କ ନାମ ରହିଛି ,ଏବଂ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଭାଦୀ ରହିଛନ୍ତି । ସଟ୍ଟାର ୨୦୧୨ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଥିଲେ, ୟେଦୁରପ୍ପା ଦୋଷୀ ସାବ୍ୟସ୍ତ ହୋଇ ଇସ୍ପଫା ଦେବା ସହ ଜେଲ ଯାଇଥିଲେ, ପରେ ସଦାନନ୍ଦ ଗୋଡା ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ପରେ ସଟ୍ଟାରଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିଲା ବିଜେପି ହେଲେ ଆଜି ଟିକେଟ କଟି ଦେଇଛି ପ୍ରାର୍ଥୀ

ଯାହାକୁ ନେଇ ସଟ୍ଟାର ଏବେ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି ,ଏବଂ ବିଦ୍ରୋହୀ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ,ଜଗଦୀଶ ସଟ୍ଟାର କର୍ଣ୍ଣାଟକ ବିଧାନସଭାକୁ ଥର ୬ ଥର ନିର୍ବାଚିତ ହୋଇଛନ୍ତି ।ଏବଂ ଏପର୍ଯ୍ୟନ୍ତ ଥରୁଟିଏ ବି ହାରିନାହନ୍ତି ସଟ୍ଟାର ,ଏହାସହ ସଟ୍ଟାର ,ଲିଙ୍ଗାୟତ ସମୁଦାୟରୁ ଆସୁଥିବାରୁ ବଡ ଭୋଟ ବ୍ୟାଙ୍କ ରହିଛି , କର୍ଣ୍ଣାଟକରେ ୧୬ ପ୍ରତିଶତ ଲିଙ୍ଗାୟତ ସମୁଦାୟ ଭୋଟ ବ୍ୟାଙ୍କ ଥିବାରୁ ବିଜେପିକୁ ଝଟକା ଦେଇପାରନ୍ତି ସଟ୍ଟାର ।

ସେପଟେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଥିବା ସାଭଦୀ ବି ଟିକେଟ କଟିବାପରେ ଦଳ ଛାଡି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।ଏପରିକି କର୍ଣ୍ଣାଟକରେ ହିଜାବ ବିବାଦର ମୁଖ୍ୟ କାର୍ପଟଦାର ରଘୁପତି ଭଟଙ୍କ ଟିକେଟ କାଟିଛି ବିଜେପି ।

ସୂଚନା ଅନୁସାରେ ହିମାଚଳ ପ୍ରଦେଶ ବି ବିଦ୍ରୋହୀ ପ୍ରାର୍ଥୀ ବିଜେପିକୁ ପରାସ୍ତ କରିବାରେ ବଡ ଭୂମିକା ନିଭାଇଥିଲେ, ଫଳରେ କଂଗ୍ରେସ ହିମାଚଳରେ ସରକାର ଗଠନ କରିଥିଲା ।ଏବେ ହିମାଚଳ ଅବସ୍ଥା କର୍ଣ୍ଣାଟକରେ ହେବ ବୋଲି ଆକଳନ କରୁଛନ୍ତି ରାଜନୈତିକ ପଣ୍ଡିତ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc