Home Entertainment ଡ୍ରେସ ଡିଜାଇନର ସାଉଥଷ୍ଟାରଙ୍କ ଡ୍ରେସ କରିବାକୁ ମନା କରୁଥିଲେ

ଡ୍ରେସ ଡିଜାଇନର ସାଉଥଷ୍ଟାରଙ୍କ ଡ୍ରେସ କରିବାକୁ ମନା କରୁଥିଲେ

by Admin
0 comment

ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥାଙ୍କୁ କିଏ ଅବା ନଜାଣେ । ସାମନ୍ଥା କେତେବେଳେ ନିଜ ଅଭିନୟ ପାଇଁ ତ ପୁଣି କେତେବେଳେ ନିଜ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ବର୍ତ୍ତମାନ ସାମନ୍ଥା ଏକ ଇଣ୍ଟରଭିୟ୍ୟୁରେ କହିଛନ୍ତି ପୂର୍ବରୁ ଡ୍ରେସ ଡିଜାଇନରମାନେ ସାଉଥଷ୍ଟାରଙ୍କ କାମ କରିବାକୁ ମନା କରୁଥିଲେ । ସାମନ୍ଥାଙ୍କ ଏପରି ମନ୍ତବ୍ୟ ବର୍ତ୍ତମାନ ସବୁଠି ଆଲୋଚନାର ବିଷୟ ହୋଇଛି ।

ସୂଚନାନୁସାରେ ସାଉଥ ଆକ୍ଟ୍ରେସ ସାମନ୍ଥା ଗୋଟିଏ ଦିନ ପୂର୍ବରୁ ଏକ ଇଣ୍ଟରଭିୟ୍ୟୁ ଯୋଗ ଦେଇଥିଲେ । ତାଙ୍କୁ ବଲିଉଡ ଓ ସାଉଥଫିଲ୍ମର ଲଢେଇ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସାମନ୍ଥା କହିଥିଲେ ଦିନଥିଲା ଯେତେବେଳେ ସାଉଥ ଇଣ୍ଡଷ୍ଟ୍ରିର ଅଭିନେତା, ଅଭିନେତ୍ରୀ ମାନଙ୍କୁ ସମ୍ମାନ ଦିଆଯାଉନଥିଲା । ଏବଂ ଡିଜାଇନରମାନେ ସାଉଥଷ୍ଟାରଙ୍କୁ କିଏ ? ଏବଂ ସାଉଥ ସିନେମା କଣ? ବୋଲି ପ୍ରଶ୍ନ କରୁଥିଲେ ।

ଏପରିକି ସାଉଥଷ୍ଟାରଙ୍କ ପୋଷାକ ନିର୍ମାଣ ମଧ୍ୟ କରୁନଥିଲେ । ଦୀର୍ଘଦିନ ଧରି ହିନ୍ଦୀ ସିନେମା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁଠାରୁ ଶୀର୍ଷ ସ୍ଥାନରେ ରହିଥିବା ବେଳେ, କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି । ପୁଷ୍ପା, କେଜିଏଫ, ଆରଆରଆର ଓ କାନ୍ତାରା ପରି ଫିଲ୍ମ ଗୁଡିକ ଭାରତୀୟ ଚଳଚ୍ଚିତ୍ର ଜଗତକୁ ଏକ ନୂଆ ଦୃଷ୍ଟି ଦେଇଛି । ଯାହା ଦ୍ୱାରା ବର୍ତ୍ତମାନ ଦର୍ଶକଙ୍କ ନିକଟରେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟତା ବଢିଛି । ସାମନ୍ଥାଙ୍କର ଏପରି ମନ୍ତବ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ସାମନ୍ଥା ବର୍ତ୍ତମାନ ନିଜର ଅପ୍‌କମିଙ୍ଗ୍ ଫିଲ୍ମ ଶକୁନ୍ତଳମର ପ୍ରମୋସନରେ ବେସ୍ତ ଅଛନ୍ତି । ଫିଲ୍ମରେ ସାମନ୍ଥାଙ୍କ ବ୍ୟତୀତ ଦେବ ମୋହନ, ସଚିନ୍ ଖେଡେକର, ମୋହନ ବାବୁ ଇତ୍ୟାଦି ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟିକୁ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୧୪ରେ ରିଲିଜ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc