Home Breaking News ସଞ୍ଜୟ ଦତ୍ତ ଆହତ

ସଞ୍ଜୟ ଦତ୍ତ ଆହତ

by Admin
0 comment

ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ବଲିଉଡରେ ମୁନ୍ନାଭାଇ ନାଁରେ ପ୍ରସିଦ୍ଧ ସଞ୍ଜୁ ଭାଇ ସୁଟିଂ ସମୟରେ ଆହତ ହୋଇଛନ୍ତି । ସଞ୍ଜୟ ଏବେ ବେଙ୍ଗାଲୁରୁ ନିକଟରେ ତାଙ୍କ ଆଗାମୀ କନ୍ନଡ଼ ମୁଭି ‘କେଡି: ଦ ଡେଭିଲ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଏକ ବୋମା ବିସ୍ଫୋରଣର ସିକ୍ୱେନ୍ସର ସୁଟିଂ ଚାଲିଥିଲା । ଏହି ବୋମା ବିସ୍ଫୋରଣର ସୁଟିଂ କରିବା ସମୟରେ ସଞ୍ଜୟ ଦତ୍ତ ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ସଞ୍ଜୟଙ୍କ ହାତ, କହୁଣୀ ଓ ଶରୀରର କିଛି ସ୍ଥାନରେ ଗୁରୁତର ଆଘାତ ଲାଗିଛି । ପରେ ସୁଟିଂକୁ ତୁରନ୍ତ ବନ୍ଦ କରାଯାଇଛି ।

ସୂଚନା ମୁତାବକ ସଞ୍ଜୟ ଫାଇଟ୍ ମାଷ୍ଟର ଡ. ରବି ବର୍ମାଙ୍କ ମୁଭି ‘କେଡି: ଦ ଡେଭିଲ ପାଇଁ ଫାଇଟ୍ କମ୍ପୋଜ୍ କରୁଥିଲେ । ଏହି ସମୟରେ ସେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ସଞ୍ଜୟଙ୍କ ପ୍ରଶଂସକ ଚିନ୍ତାରେ ପଡିଯାଇଥିବା ବେଳେ ସଭିଁଏଁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଭୂମିରେ ସଞ୍ଜୟ ଦତ୍ତ ଖଳନାୟକ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc