Home Politics ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ?

ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ?

by Admin
0 comment

ପ୍ରକାଶ ପାଇଛି ଏଡିଆର ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ଏବେ ସଭିଁଙ୍କ ମନରେ ଗୋଟିଏ ପ୍ରଶ୍ନ । କିଏ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ । କାହା ପାଖରେ ଅଛି ସବୁଠାରୁ ଅଧିକ ଟଙ୍କା ଓ ସମ୍ପତି । ପୁଣି କେଉଁ ମୁଖ୍ୟମନ୍ତ୍ରୀ ସବୁଠୁ ଗରିବ । କ’ଣ ତାଙ୍କ ପାଖରେ କିଛି ନାହିଁ । ଏପରିକ୍ଷେତ୍ରରେ ଏଡିଆର ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ରିପୋର୍ଟ ଉଲ୍ଲେଖ ରହିଛି । ଦେଶର ୨୮ଟି ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ତାଲିକା ପ୍ରକାଶ କରିଛି ଏଡ଼ିଆର । ଧନୀ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନମୋହନ ରେଡ୍ଡୀ ଏହି ତାଲିକାର ଶୀର୍ଷରେ ଥିବା ବେଳେ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଡ଼ିଆର ରିପୋର୍ଟରୁ ଜଣାପଡ଼ିଛି ଜଗନ ମୋହନ ରେଡ୍ଡୀଙ୍କ ମୋଟ୍ ସମ୍ପତିର ମୂଲ୍ୟ ୫୧୦କୋଟି ଯାହାକି ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ । ସେହିପରି ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ସମ୍ପତିର ମୂଲ୍ୟ ହେଉଛି ୧୬୩ କୋଟି ଟଙ୍କା । ସେ ହେଉଛନ୍ତି ଦେଶର ଦ୍ୱିତୀୟ ଧନୀ ମୁଖ୍ୟମନ୍ତ୍ରୀ । ଏହି ୨ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଲେ ଅନ୍ୟକୌଣସି ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ୧୦୦କୋଟି ପାର ହୋଇନି ।

ସେହିପରି ତାଲିକାରେ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ । ମମତାଙ୍କର ମୋଟି ସମ୍ପତିର ମୂଲ୍ୟ ହେଉଛି ମାତ୍ର ୧୫ଲକ୍ଷ ଟଙ୍କା । ୧କୋଟି ତଳେ ଥିବା ଅନ୍ୟତମ ୨ମୁଖ୍ୟମନ୍ତ୍ରୀ ହେଲେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ ଓ ହରିୟାନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ପିନାରାଇ ଓ ମନୋହରଙ୍କର ସମ୍ପତିର ମୂଲ୍ୟ ୧ କୋଟି ଟଙ୍କା । ଅନ୍ୟପଟେ ଧନୀ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କର ମୋଟ୍ ସମ୍ପତି ହେଉଛି ୬୩କୋଟି ଟଙ୍କା । ସେହିପରି ଚତୁର୍ଥସ୍ଥାନରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଥିବା ବେଳେ ତାଙ୍କର ମୋଟ୍ ସମ୍ପତି ହେଉଛି ୪୬କୋଟିରୁ ଅଧିକ । ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସ୍ୱାମୀ ଓ ତାଙ୍କର ମୋଟ୍ ସମ୍ପତି ୩୮କୋଟିରୁ ଅଧିକ ଥିବା ଜଣାପଡ଼ିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc