ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ୩ ମ୍ୟାଚ ଖେଳିସାରିଛି,ଏଥିରୁ ଦୁଇଟି ମ୍ୟାଚରେ ବିଜୟ ହାସଲ କରିଛି ଚେନ୍ନାଇ ।କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସ କୁ ନେଇ ତାମିଲନାଡୁ ବିଧାନସଭା ରେ ହଙ୍ଗାମା ଦେଖିବାକୁ ମିଳିଛି, ଖେଳ ବଜେଟ ଉପରେ ଆଲୋଚନା ହେଉଥିବା ବେଳେ ପିଏମକେ ବିଧାୟକ csk ଉପରେ ବ୍ୟାନ ଲଗେଇବାକୁ ଦାବି କରିଛନ୍ତି ।ବିଧାୟକ ଅଭିଯୋଗ କରିଛନ୍ତି ଯେ ,ସିଏସକେ ତାମିଲନାଡୁ ର ଟିମ ହୋଇଥିବା ସ୍ଵତେ କୈଣସି ତାମିଲ ପ୍ଲେୟାର ଟିମ ରେ ସାମିଲି ନାହାନ୍ତି ବୋଲି ବିଧାୟକ ଭେଙ୍କେଟେଶ୍ଵରନ ଏଭଳି କହିଛନ୍ତି
ଅଧିକ ପଢନ୍ତୁ
ଏହାସହ ବିଧାୟକ ଆହୁରି କହିଛନ୍ତି ତାମିଲନାଡୁ ର ଅନେକ ପ୍ରତିଭାଶାଳୀ କ୍ରିକେଟର ରହିଛନ୍ତି ହେଲେ ଜଣେ ହେଲେବି ଖେଳାଳିଙ୍କୁ ସୁଯୋଗ ନଦେବା ଏବଂ ଅନ୍ୟ ରାଜ୍ୟର ପିଲାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଅଭିଯୋଗ କରିଛନ୍ତି ବିଧାୟକ ,ଏହାସହ ଚେନ୍ନାଇ କୁ ଏହ ତାମିଲ ଟିମ ଭାବରେ ପ୍ରୋମୋଟ କରାଯାଉଛି ଫଳରେ ତାମିଲ ନାଡୁରୁ ଅଧିକ ବିଞ୍ଜାପନ ପାଉଛି ଚେନ୍ନାଇ ଏବଂ ଫାଇଦା ନେଉଛି ବୋଲି କହିଛନ୍ତି ।
ଆହୁରି ପଢନ୍ତୁ