ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ ଏବଂ ମତଭେଦ । ଗୋଟିଏପଟେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିରୋଧ କରି ଅନଶନରେ ବସିଥିଲେ ଦଳର ଆଉଜଣେ କମାଣ୍ଡ୍ ସଚ୍ଚିନ୍ ପାଇଲଟ୍ । ଉଭୟ କଂଗ୍ରେସ ଓ ଗେହଲଟଙ୍କୁ ଟାର୍ଗେଟ୍ କରିଛନ୍ତି ସଚ୍ଚିନ୍ । ଏପରି କି ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ବି ବିରୋଧ କରି ଅନଶନରେ ବସିଥିଲେ ସଚ୍ଚିନ୍ ପାଇଲଟ୍ । ହେଲେ ସଚ୍ଚିନ୍ ଓ ଗେହଲଟଙ୍କ କଳି ଭିତରେ ଏଣ୍ଟ୍ରି ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗେହଲଟଙ୍କୁ ପ୍ରଶଂସାରେ ପୋତିବା ସହ ତାଙ୍କୁ ନିଜର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ମୋଦି ।
ଦିଲ୍ଲୀ ଆଜମେର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ ଉତ୍ସବରେ ଯୋଗଦେଇଥିଲେ ନରେନ୍ଦ୍ର ମୋଦି । ଏହି ଅବସରରେ ଗେହଲଟ୍ ପ୍ରସଙ୍ଗ ଉଠାଇବା ସହ ତାଙ୍କୁ ନିଜର ମିତ୍ର ବୋଲି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଏକ ନିଆରା ଢଙ୍ଗରେ ପ୍ରଶଂସା କରିବା ସହ ଗେହଲଟଙ୍କର ଏବେ ଦୁଇହାତରେ ଲଡୁ ରହିଛି ବୋଲି କହିଛନ୍ତି ମୋଦି । ରାଜସ୍ଥାନରେ ଏବେ ସଙ୍କଟ ଦେଖାଦେଇଥିବା ବେଳେ ଆପଣ ପଛକୁ ନହଟି ରାଜ୍ୟର ବିକାଶ କରୁଛନ୍ତି ବୋଲି ଗେହଲଟଙ୍କୁ ପ୍ରଶଂସା କରିଛନ୍ତି ମୋଦି ।
ଅଧିକ ପଢନ୍ତୁ