ବର୍ଷ ବର୍ଷ ଧରି ଔଷଧ ଭାବରେ ବ୍ୟବହୃତ ହେଉଥିବା ଗୋମୂତ୍ର ମଣିଷ ପାଇଁ ଅନୁପଯୁକ୍ତ । ମଣିଷ ବ୍ୟବହାର ପାଇଁ ଗୋମୂତ୍ର ଅସୁରକ୍ଷିତ ବୋଲି ଏକ ରିସର୍ଚ୍ଚ ରୁ ଜଣାପଡିଛି । ଏଥିରେ ଅନେକ କ୍ଷତିକାରକ ଜୀବାଣୁ ରହିଛନ୍ତି । ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏହାର ଖୁଲାସା କରିଛି ।
ଅଧିକ ପଢନ୍ତୁ
ଅନୁସନ୍ଧାନର ମୁଖ୍ୟ ଭୋଜ ରାଜ୍ ସିଂହଙ୍କ ନେତୃତ୍ୱରେ ତିନିଜଣ ପିଏଚଡି ଛାତ୍ର ଏହି ଅନୁସନ୍ଧାନ କରିଛନ୍ତି । ସୁସ୍ଥ ଗାଈ ଏବଂ ଷଣ୍ଢର ମୂତ୍ର ନମୁନାରେ ଇଶ୍ଚେରିଆ କୋଲି ଭଳି ଜୀବାଣୁ ସହିତ ଅତି କମ୍ରେ 14 ପ୍ରକାରର କ୍ଷତିକାରକ ଜୀବାଣୁ ରହିଛି, ଯାହା ମଣିଷ ପେଟରେ ସଂକ୍ରମଣ ସୃଷ୍ଟି କରିପାରେ।ଏପିଡେମିଓଲୋଜି ବିଭାଗର ମୁଖ୍ୟ ଭୋଜ ରାଜ ସିଂହ କହିଛନ୍ତି, ଗାଈ, ମଈଁଷି ଏବଂ ମାନବର 73 ଟି ମୂତ୍ର ନମୁନାକୁ ନେଇ ଏହି ବିଶ୍ଳେଷଣ କରାଯାଇଛି । ମଈଁଷି ମୂତ୍ରରେ ଥିବା ବ୍ୟାକ୍ଟେରିଆ ନିରୋଧୀ କାର୍ଯ୍ୟକଳାପ ଗାଈଙ୍କଠାରୁ ଅପେକ୍ଷାକୃତ ଭଲ ବୋଲି ଅନୁସନ୍ଧାନ ରୁ ଜଣାପଡିଛି ।
ଆହୁରି ପଢନ୍ତୁ