Home Uncategorized ରାଜମିସ୍ତ୍ରୀ ପୁଅ ହେଲେ ଡିସିପି

ରାଜମିସ୍ତ୍ରୀ ପୁଅ ହେଲେ ଡିସିପି

by Admin
0 comment

ସଂଘର୍ଷ ମଣିଷ ଜୀବନର ଏପରି ଏକ ସତ୍ୟ, ଯାହା ଦ୍ୱାରା ମଣିଷ କିଛି ମଧ୍ୟ ହାସଲ କରିପାରିବ । ଜୀବନରେ ସଂଘର୍ଷ ମାଧ୍ୟମରେ ଅନେକ ବ୍ୟକ୍ତି ବିଶେଷ ଅସମ୍ଭବ କାର୍ଯ୍ୟାକୁ ମଧ୍ୟ ସଫଳତାରେ ପରିଣର କରିଛନ୍ତି । ସେହିପରି ଏକ ଅସମ୍ଭବକୁ ସଫଳତାରେ ପରିଣତ କରିଛନ୍ତି, ମଧ୍ୟ ପ୍ରଦେଶର ସନ୍ତୋଷ କୁମାର ପଟେଲ । ନିଜସ୍ୱ ଚେଷ୍ଟାରେ ଦୁଇ ଓଳି ଦୁଇ ମୁଠା ଭଲରେ ଖାଇବାକୁ ପାଉନଥିବା ସନ୍ତୋଷ ଆଜି ହୋଇଛନ୍ତି ମଧ୍ୟପ୍ରଦେଶ ପୋଲିସ ଡିଏସ୍‌ପି ।

ଅଧିକ ପଢନ୍ତୁ

ସୂଚନାନୁସାରେ ମଧ୍ୟପ୍ରଦେଶ ପତ୍ରା ଜିଲ୍ଲାରେ ରୁହନ୍ତି ସନ୍ତୋଷ କୁମାର ପଟେଲ । ସନ୍ତୋଷଙ୍କ ବାପା ଜଣେ ରାଜମିସ୍ତ୍ରୀ । ଗରିବ ପରିବାରରେ ଜନ୍ମଗ୍ରହଣ ସନ୍ତୋଷ ପିଲାବେଳେ ୨ଓଳି ୨ମୁଠା ସଠିକ୍ ଭାବରେ ଖାଇବାକୁ ପାଉନଥିଲେ । ଘରର ଆର୍ଥିକ ଅବସ୍ଥା ଭଲନଥିବା କାରଣରୁ ସନ୍ତୋଷ ବହୁ କଷ୍ଟକରି ସ୍କୁଲ ପଢା ଶେଷକରିଥିଲେ ।

https://youtu.be/eqbwHXM_qIc

ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସନ୍ତୋଷ ଟଙ୍କା ରୋଜଗାର କରିବା ଆଶାରେ ନିଜ ପାଠପଢାରେ ଅଧାରୁ ଡୋରି ବାନ୍ଧିଥିଲେ । କିନ୍ତୁ କିଛି ବର୍ଷ ବିତିବା ପରେ ସନ୍ତୋଷ ୨୦୧୫ ମସିହାରୁ ପୁଣି ପାଠପଢା ଆରମ୍ଭ କରିଥିଲେ । ଏବଂ ୨୦୧୮ ମସିହାରେ ସନ୍ତୋଷ ଏମପିପିଏସସି ପରୀକ୍ଷା ଦେଇଥିବା ବେଳେ, ସେଥିରେ ସେ ୨୨ ନମ୍ବର ର‌୍ୟାଙ୍କ ହାସଲ କରିଛନ୍ତି । ଏପରିକି ସନ୍ତୋଷ ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ କୌଣସି ଟ୍ୟୁସନ କିମ୍ବା କୋଚିଙ୍ଗର ମଧ୍ୟ ସହାୟତା ନେଇ ନାହାନ୍ତି । ବର୍ତ୍ତମାନ ସନ୍ତୋଷ ଡିସିିପି ଭାବରେ କାର୍ଯ୍ୟରତ ଅଛନ୍ତି ।

ଆହୁରି ପଢନ୍ତୁ

ଏକ ଇଣ୍ଟରଭ୍ୟୁରେ ସନ୍ତୋଷ କହିଛନ୍ତି ମା, ବାପା ଓ ୨ଭାଇଭଉଣୀଙ୍କ ସହ ସେ ଗୋଟିଏ ଘରେ ହିଁ ରହୁଥିଲେ । କିନ୍ତୁ ବର୍ଷାଦିନେ ଘର ଛାତରୁ ପାଣି ପଡିବା କାରଣରୁ ବହିଖାତା ମଧ୍ୟ ଓଦା ହୋଇଯାଉଥିଲା । ସନ୍ତୋଷ ଆହୁରି ମଧ୍ୟ କହିଛନ୍ତି ଘରେ କେବଳ ପର୍ବପର୍ବାଣୀରେ ହିଁ ଭାତ ରୋଷେଇ ହୋଇଥାଏ, ଅନ୍ୟ ଦିନରେ ଘରରେ ସମସ୍ତେ ଦଲିଆ ଖାଆନ୍ତି । ଘରକୁ କେବଳ ଅତିଥି ଆସିଲେ ଚା ତିଆରି ହୋଇଥାଏ । ଗୋଟିଏ ଥର ଚା ବିସ୍କୁଟ ଖାଇବା ପାଇଁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଇଟା ଉଠାଇବା ପାଇଁ ପଡିଥିଲା ବୋଲି ମଧ୍ୟ କହିଛନ୍ତି । ଯଦି ଜଣେ ସନ୍ତୋଷ ପଟେଲଙ୍କ ପରି ସଂଘର୍ଷ କରିବ ତେବେ ଜୀବନରେ କିଛିବି କାର୍ଯ୍ୟ କରିପାରିବ ସନ୍ତୋଷ ମତପ୍ରକାଶ କରିଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc