Home Breaking News ୨୦୨୪ରେ ପୁଣି ମୋଦି ସରକାର: ଅମିତ୍ ଶାହା

୨୦୨୪ରେ ପୁଣି ମୋଦି ସରକାର: ଅମିତ୍ ଶାହା

by Admin
0 comment

ଆସାମର ଦିବ୍ରୁଗଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୨୦୨୪ ନିର୍ବାଚନ ଉପରେ ଦେଇଛନ୍ତି ବଡ଼ ମନ୍ତବ୍ୟ । ଶାହା କହିଛନ୍ତି, ଆସନ୍ତା ସାଧାରଣ ନିର୍ବାଚନରେ ଆସାମର ୧୪ଟି ସିଟ୍ ମଧ୍ୟରୁ ଭାଜପା ଅତିକମରେ ୧୨ଟିରେ ବିଜୟୀ ହେବ । ଏହାସହ ଭାଜପା ଦେଶରେ ୩ଶହରୁ ଅଧିକ ସିଟ୍ ଦଖଲ କରିବ ଏବଂ ନରେନ୍ଦ୍ର ମୋଦୀ ତୃତୀୟଥର ପାଇଁ ପୁଣି ପ୍ରଧାନମନ୍ତ୍ରୀ ହେବେ । ସଙ୍ଗଠନ ଆଧାରରେ ଭାଜପା ଏକ ବଡ଼ ଦଳ । ବର୍ତମାନ ଉତ୍ତର-ପୂର୍ବର ୩ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

୩ଟିଯାକ ରାଜ୍ୟରେ ବିଜେପି ସରକାର ଗଠନ କରିଛି । ସେହିପରି ଉତ୍ତର-ପୂର୍ବର ୮ଟି ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏନଡିଏ ସରକାରରେ ଅଛି । ଏହି କାରଣରୁ ଉତ୍ତର-ପୂର୍ବର ବିକାଶ ଘଟିଛି ବୋଲି କହିଛନ୍ତି ଗୃହମନ୍ତ୍ରୀ । ଏହି ଅବସରରେ ଅମିତ୍ ଶାହା କଂଗ୍ରେସ ଉପରେ ମଧ୍ୟ ମନଭରି ବର୍ଷିଛନ୍ତି । ଶାହା କହିଛନ୍ତି, ରାହୁଲ ଗାନ୍ଧୀଙ୍କ ମାଆ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗାଳି ଦେଇ ଦୁଇଧାଡି ଲେଖିଛନ୍ତି ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

ହେଲେ କିଛି ହେଲାନି । ତୃତୀୟଥର ପ୍ରଧାନମନ୍ତ୍ରୀ ମୋଦି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବେ । ଦେଶର ପ୍ରତିଟି ଜନତା ମୋଦିଙ୍କ ଦୀର୍ଘ ଜୀବନ କାମନା କରୁଛନ୍ତି । ପୂର୍ବୋତ୍ତର କେବେ କଂଗ୍ରେସର ଗଡ ଥିଲା, ହେଲେ ରାହୁଲ ଗାନ୍ଧୀଙ୍କ ଯାତ୍ରା ପରେ ବି ଏହା ନିର୍ବାଚନରେ ନିଜକୁ ପ୍ରମାଣିତ କରିବାରେ ବିଫଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc