Home Breaking News ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଯାଞ୍ଚ ହେବ ଆଇନଜୀବୀଙ୍କ ଶିକ୍ଷାଗତ ପ୍ରମାଣପତ୍ର

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଯାଞ୍ଚ ହେବ ଆଇନଜୀବୀଙ୍କ ଶିକ୍ଷାଗତ ପ୍ରମାଣପତ୍ର

by Admin
0 comment

ଦେଶରେ ଥିବା ଆଇନଜୀବୀଙ୍କ ପ୍ରମାଣପତ୍ର ଯାଞ୍ଚ ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ନକଲି ଆଇନଜୀବୀଙ୍କୁ ଚିହ୍ନଟ କରିବା ନିମନ୍ତେ, ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

ସୂଚନାନୁସାରେ ଆଇନଜୀବୀଙ୍କ ଆଇନ ଡିଗ୍ରୀ ଯାଞ୍ଚ ନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଆବେଦନ ସପକ୍ଷରେ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ପି ଏସ ନରସିଂହା ଏବଂ ଜଷ୍ଟିସ୍ ଜେ ପି ପରଦିୱାଲାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୂର୍ବତନ ବିଚାରପତି ଜଷ୍ଟସି ଦୀପକ ଗୁପ୍ତାଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ଗଠନ କରାଯାଇଛି । ଏହି କମିଟିରେ ଦୀପକ ଗୁପ୍ତାଙ୍କ ବ୍ୟତୀତ, ଅରୁଣ ଟଣ୍ଡନ, ରାଜେନ୍ଦ୍ର ମେନନ, ଆଇନଜୀବୀ ରାକେଶ ଦ୍ୱିବେଦୀ, ମନିନ୍ଦର ସିଂ ପ୍ରମୁଖ ସାମିଲ ରହିଛନ୍ତି । ଏହି କମିଟି ମାଧ୍ୟମରେ ସମସ୍ତ ରାଜ୍ୟର ଓକିଲ ସଂଘ ପକ୍ଷରୁ ଆଇନଜୀବୀଙ୍କ ଡିଗ୍ରୀ ଯାଞ୍ଚ କରାଯିବ । ଆଇନଜୀବୀଙ୍କ ମୂଳ ପ୍ରମାଣ ପତ୍ର ସହିତ ଆଇନ ଡିଗ୍ରୀ ଏବଂ ଅନ୍ୟାନ୍ୟ ଯୋଗ୍ୟତା ପ୍ରମାଣ ପତ୍ରର ମଧ୍ୟ ଯାଞ୍ଚ ହେବ । ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ଗଠିତ ହୋଇଥିବା କମିଟି ଖଣ୍ଡପୀଠଙ୍କ ନିକଟରେ ଦାଖଲ କରିବେ ।

ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ୨୦୧୫ ମସିହାରେ ୨ଜଣିଆ ଖଣ୍ଡପୀଠ, ପ୍ରଥମେ ଦେଶର ସମସ୍ତ ଆଇନଜୀବୀଙ୍କ ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବାର କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ନିୟମ ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏବଂ ପରେ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଯାଞ୍ଚ ସମୟରେ ବିଭିନ୍ନ ବୋର୍ଡ ଏବଂ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅର୍ଥ କାରାବାରର ଅଭିଯୋଗ ଆସିବା ପରେ, ଏହି ଯାଞ୍ଚ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଥିଲା ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc