Home Breaking News ମୂଷା ମର୍ଡର କରି ୫ବର୍ଷ ଜେଲ୍‌

ମୂଷା ମର୍ଡର କରି ୫ବର୍ଷ ଜେଲ୍‌

by Admin
0 comment

ମୂଷା ମାରି ୫ବର୍ଷ ଜେଲଦଣ୍ଡ ଭୋଗିଛନ୍ତି ଜଣେ ଅଭିଯୁକ୍ତ । ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତରପ୍ରଦେଶର ବଦାୟୁଁ ଅଞ୍ଚଳରେ । ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ହତ୍ୟା ମାମଲା ଦାଏର କରିବା ସହ ୩୩ ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା । ଘଟଣାର ଅଧିକ ତଦନ୍ତ ପରେ ବ୍ୟକ୍ତି ଜଣଙ୍କ ଦୋଷୀ ବୋଲି ଜାଣିବାକୁ ପାଇଥିଲା ପୋଲିସ । ପରେ ତାଙ୍କୁ ବିଚାର ପାଇଁ କୋର୍ଟକୁ ପଠାଯାଇଥିଲା ।

ଅଧିକ ପଢନ୍ତୁ

ସମସ୍ତେ ଅଭିଯୁକ୍ତଙ୍କୁ କି ଦଣ୍ଡ ମିଳିବ ସେ ନେଇ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ । ହେଲେ କୋର୍ଟ ଆଜି ତାଙ୍କୁ ମୂଷା ମର୍ଡର କେସରେ ୫ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ସୂଚନା ମୁତାବକ, ଉତ୍ତରପ୍ରଦେଶର କୋତୱାଲି ଅଞ୍ଚଳରେ ରହୁଥିବା ମନୋଜ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଗତ ୨୭ ନଭେମ୍ବରରେ ଏକ ଅଭିଯୋଗ ଦାଖଲ ହୋଇଥିଲା । ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ ସେମାନେ ମନୋଜଙ୍କୁ ମୂଷାଟିକୁ ମାରୁଥିବା ଦେଖିଥିଲେ ।

ଅଭିଯୁକ୍ତ ମନୋଜ ମୂଷାର ଲାଞ୍ଜରେ ଏକ ଦଉଡି ସହ ପଥର ବାନ୍ଧି ତା’କୁ ଏକ ନାଳରେ ଫିଙ୍ଗିଦେଇଥିଲେ । ପରେ ଏ ସମ୍ପର୍କରେ ସ୍ଥାନୀୟଲୋକେ ମନୋଜଙ୍କ ବିରୋଧରେ ଥାନାରେ ଏକ ମାମଲା ଦାଏର କରିଥିଲେ । ହେଲେ ଏ ସମ୍ପର୍କରେ ମନୋଜ ନିଜ ସଫେଇରେ କହିଛନ୍ତି, ମୂଷାଟି ପାଇଁ ତାଙ୍କୁ ବହୁ ସମସ୍ୟା ଭୋଗିବାକୁ ପଡୁଥିଲା । ମୂଷାଟି ଘରେ ପଶିବା ସହ ବାରମ୍ବାର ମାଟିରେ ନିର୍ମିତ ବାସନକୁସନଗୁହିକୁ ତଳେ ଗଡାଇ ଦେଉଥିଲା ।

ଆହୁରି ପଢନ୍ତୁ

ଖାସ୍ ଏଥିପାଇଁ ତାଙ୍କୁ ବହୁ କ୍ଷତି ସହିବାକୁ ପଡିଛି । ଏଣୁ ସେ ଓ ତାଙ୍କ ପରିବାର ଲୋକେ ଏଥିଲାଗି ବହୁ ଚିନ୍ତାରେ ରହୁଥିଲେ । ଶେଷରେ ନିଜର ରାଗ ସହି ନପାରି ସେ ମୂଷାଟିକୁ ମାରିବାକୁ ଚେଷ୍ଟା କରିଥିଲେ । ମୂଷାଟି ଧରାପଡିଯିବା କ୍ଷଣି ସେ ତା’ ଲାଞ୍ଜରେ ଦଉଡି ସହ ଏକ ପଥର ବାନ୍ଧି ନାଳରେ ଫିଙ୍ଗିଦେଇଥିବା ଉଭୟ ପୋଲିସ ଏବଂ କୋର୍ଟରେ କହିଛନ୍ତି । ପରେ ଅଦାଲତ ଏହି ମାମଲାର ଶୁଣାଣୀ କରିବା ସହ ଦୋଷୀ ମନୋଜଙ୍କୁ ୫ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc