ଭଦ୍ରକ ଜିଲ୍ଲା ରାନ୍ଦିଆସ୍ଥିତ ବେଦାନ୍ତ ଫେକର ସଂସ୍ଥାରେ ୨ ଶ୍ରମିକ ଜଳିଯାଇ ଗୁରୁତର ଆହତ ହୋଇଛନ୍ତି । ଦୁଇ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଦୁଇ ଗୁରୁତର ହେଲେ ଭଦ୍ରକ ଜିଲ୍ଲା ବରପଦା ଗାଁର ବିଜୟ ମହାପାତ୍ର ଓ କୋରନ୍ଦ ଗାଁର ପୁନିଆ ସୁତାର ।
ସୂଚନା ମୁତାବକ ଭଦ୍ରକ ରାନ୍ଦିଆସ୍ଥିତ ବେଦାନ୍ତ ଫେକର ସଂସ୍ଥାର ଉପର ମହଲାରେ କାମ କରୁଥିବା ବେଳେ ଫେନର୍ସର ଏକ ନିଆଁହୁଳା ବିସ୍ଫୋରିତ ହୋଇ ୨ଶ୍ରମିକଙ୍କ ଉପରେ ପଡିଥିଲା । ଉଭୟେ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ସେମାନଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।



