Home IPL ପାଞ୍ଚ ଛକା ଖାଇବା ପରେ ଖାଉନାହାନ୍ତି ୟଶଙ୍କ ମା

ପାଞ୍ଚ ଛକା ଖାଇବା ପରେ ଖାଉନାହାନ୍ତି ୟଶଙ୍କ ମା

by Admin
0 comment

କେକେଆର ବିପକ୍ଷରେ ଗୁଜୁରାଟ ହାରିବା ପରେ ୟଶ ଦୟାଲଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଅପଡେଟ୍ ସାମ୍ନାକୁ ଆସୁଛି । ଶେଷ ଓଭରରେ ୫ଟି ଛକା ଖାଇଥିବା ୟଶଙ୍କ ମା ବର୍ତ୍ତମାନ ଖାଦ୍ୟ ଛାଡିଦେଇଛନ୍ତି ।

ଅଧିକ ପଢନ୍ତୁ

ସୂଚନାନୁସାରେ ୯ ତାରିଖରେ କୋଲକତା ଓ ଗୁଜୁରାଟ ମଧ୍ୟରେ ହୋଇଥିବା ମ୍ୟାଚ ଫ୍ୟାନ୍ସଙ୍କ ପାଇଁ ବେଶ ରୋମାଞ୍ଚ ସୃଷ୍ଟି କରିଥିଲା । ୟଶଙ୍କୁ ୫ଟି ଛକା ମାରି କୋଲକତା ବିଜୟ ହାସଲ କରିଥିଲା । ଏହି ଘଟଣାରୁ ହେବା ପରେ କେବଳ ୟଶ ନୁହେଁ ତାଙ୍କର ପୁରା ପରିବାରକୁ ଆଘାତ ଲାଗିଛି । କ୍ରିକେଟରଙ୍କ ମା ରାଧା ଦୟାଲ ବର୍ତ୍ତମାନ ଆଉ ଖାଦ୍ୟ ଖାଉନାହାନ୍ତି । ଏହି ଘଟଣା ସମ୍ପର୍କରେ ୟଶଙ୍କ ପିତା ଚନ୍ଦ୍ରପାଳ ଦୟାଲ ସୂଚନା ଦେଇଛନ୍ତି ।

ମ୍ୟାଚ ସରିବା ପରେ ପୁରା ଟିମ୍ ୟଶଙ୍କ ସପୋର୍ଟ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ରସିଦ ଖାନଙ୍କ ପର୍ଯ୍ୟନ୍ତ ସମସ୍ତେ ୟଶଙ୍କୁ ବୁଝାଇଥିଲେ । ଚନ୍ଦ୍ରପାଲ ଆହୁରି ମଧ୍ୟ କହିଛନ୍ତି ୟଶ ମ୍ୟାଚ ସରିବା ପରେ ସେ ୟଶଙ୍କ ସହ କଥା ହୋଇଥିଲେ । ଏବଂ ୟଶ କହିଥିଲେ ବଲ୍ ହାତରେ ଗ୍ରିପ୍ କରୁନଥିଲା ।

ଆହୁରି ପଢନ୍ତୁ

ସେଥିପାଇଁ ୟଶ ସଠିକ ଭାବରେ ବୋଲିଂ କରିପାରୁ ନଥିଲେ ।ସୂଚନାଯୋଗ୍ୟ ୨୦୨୧ ମସିହାରେ ୟଶ ବିଜୟ ହଜାରେ ଟ୍ରଫିରେ ୧୪ଟି ୱିକେଟ ନେଇଥିଲେ । ଏହାପରେ ଗୁଜୁରାଟ ପକ୍ଷରୁ ତାଙ୍କୁ ଦଳରେ ସାମିଲ କରାଯାଇଥିଲା ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc