Home Breaking News ଗେହଲଟ ବିରୋଧରେ ଅନଶନ କଲେ ପାଇଲଟ୍

ଗେହଲଟ ବିରୋଧରେ ଅନଶନ କଲେ ପାଇଲଟ୍

by Admin
0 comment

ରାଜସ୍ଥାନ କଂଗ୍ରେସରେ ପୁଣି ବିଦ୍ରୋହ । ତେଜିବାରେ ଲାଗିଛି ଗେହଲଟଙ୍କ ଓ ପାଇଲଟଙ୍କ କଳି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ଦିନିକିଆ ଅନଶନ ଘୋଷଣା କରିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ବସୁନ୍ଧରା ରାଜେଙ୍କ ଅମଳରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି କରି ପାଇଲଟ ଆଜି ଶହୀଦ ୟ ଅନଶନ କରୁଛନ୍ତି । ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ କଂଗ୍ରେସ ନେତାଙ୍କ ମଧ୍ୟରେ ଏହି ବିବାଦ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ପାଇଲଟଙ୍କ ଅନଶନକୁ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂହ ରାନ୍ଧୱା ଦଳ ବିରୋଧି ଗତିବିଧି ବୋଲି କହିଛନ୍ତି ।ଏହାସହ ସଚିନ ପାଇଲଟଙ୍କ ବିରୋଧରେ ଅନୁଶାସନତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ।

ବିଜେପି ନେତା ବସୁନ୍ଧରା ରାଜେଙ୍କ ସରକାର ଅମଳରେ ଦୁର୍ନୀତି ଅଭିଯୋଗ ହୋଇଥିଲା । କଂଗ୍ରେସ କ୍ଷମତାକୁ ଆସିବା ପୂର୍ବରୁ ଏହି ମାମଲାର ତଦନ୍ତ ହେବ ବୋଲି କହିଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଦୁହିଁଙ୍କ ମଧ୍ୟରେ ଭିତରି ବୁଝାମଣା ଥିବା ପାଇଲଟ ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ

ଏହାକୁ ନେଇ ଆଜି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଜୟପୁରରେ ଶହୀଦ ସ୍ମାରକଠାରେ ଦିନିକିଆ ଅନଶନ ଆରମ୍ଭ କରିଛନ୍ତି । ଏହାପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମୟରେ ରାଜସ୍ଥାନ କଂଗ୍ରେସରେ ହଟ୍ଟଚମଟ ସୃଷ୍ଟି ହୋଇଥିଲା । ଅଶୋକ ଗେହଲଟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବାକୁ ଥିବାବେଳେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ତାଙ୍କର ଅନୁଗତ ବିଧାୟକମାନେ ତୀବ୍ର ବିରୋଧ କରିଥିଲେ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc