Home Breaking News ନିର୍ବାଚନ ପୂର୍ବରୁ ବଡ଼ ଝଟକା : ୩ ଦଳ ହରାଇଲେ ଜାତୀୟ ମାନ୍ୟତା

ନିର୍ବାଚନ ପୂର୍ବରୁ ବଡ଼ ଝଟକା : ୩ ଦଳ ହରାଇଲେ ଜାତୀୟ ମାନ୍ୟତା

by Admin
0 comment

୨୪ସାଧାରଣ ନିର୍ବାଚନ ପୂର୍ବରୁ ୩ ରାଜନୈତୀକ ଦଳକୁ ଲାଗିଛି ଶକ୍ତ ଝଟକା । ମୁଖ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତିକ୍ରମେ ଏହି ୩ ଦଳକୁ ଜାତୀୟ ମାନ୍ୟତା ହରାଇବାକୁ ପଡ଼ିଛି । ପଶ୍ଚିମବଙ୍ଗର ଟିଏମସି, ଶରଦ୍ ପାୱାରଙ୍କ ଏନସିପି ଏବଂ ସିପିଆଇକୁ ଲାଗିଛି ବଡ଼ ଧକ୍କା । ଅପରପକ୍ଷରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ଜାତୀୟ ରାଜନୈତିକ ଦଳର ମାନ୍ୟତା ପାଇଛି । ଏହି ୩ଟି ଦଳ ନିଜର ମାନ୍ୟତା ହରାଇବା ପରେ ଏବେ ଜାତୀୟ ରାଜନୈତିକ ଦଳ ସଂଖ୍ୟା ୪କୁ ଖସିଆସିଛି । ପୂର୍ବରୁ କଂଗ୍ରେସ, ବିଜେପି, ସିପିଆଇ, ସିପିଆଇଏମ୍‌, ଟିଏମସି, ବହୁଜନ ସମାଜବାଦୀ ପାର୍ଟି ଏବଂ ଶରଦ୍ ପାୱାରଙ୍କ ଏନସିପି ଜାତୀୟ ଦଳ ଭାବେ ମାନ୍ୟତା ପାଇଥିଲେ ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

ଏହି ୩ଟି ଦଳକୁ ଝଟକା ଲାଗିବା ପରେ ଏବେ କେନ୍ଦ୍ର ବିରୋଧରେ ଏକାଠି ହେବାକୁ ଅନ୍ୟ ଦଳ ସହ ଏହି ୩ଦଳ ଅଣ୍ଟା ଭିଡ଼ିଛନ୍ତି । ହେଲେ ଏ କ୍ଷେତ୍ରରେ ‘ଆପ’ କୁ ମିଳିଛି ବଡ଼ ସଫଳତା । ଆପ୍‌ର ଜାତୀୟ ସ୍ତରର ମାନ୍ୟତାକୁ ନେଇ ଗତ ସପ୍ତାହରେ କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିବା ସହ ଏ ସମ୍ପର୍କରେ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ନିର୍ବାଚନ କମିଶନ ସୋମବାର ନିଜର ନିଷ୍ପତି ଘୋଷଣା କରିବା ସହ ଆପକୁ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି ।

ଆପର ଜାତୀୟସ୍ତରର ମାନ୍ୟତାକୁ ନେଇ ଗତ ସପ୍ତାହରେ କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିବା ସହ ଏ ସମ୍ପର୍କରେ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁକରି ଏବେ ଆପକୁ ଜାତୀୟଦଳର ମାନ୍ୟତା ମିଳିଥିବା ଜଣାପଡ଼ିଛି । ଯେଉଁ ସମୟରେ ଆପ୍ ଏହି ମାନ୍ୟତା ଲାଭ କରିଛି ତାହା ଦଳ ପାଇଁ ଏକ ସଫଳତା ହେବ । ସେହିପରି ନିର୍ବାଚନ କମିଶନଙ୍କ ଏଭଳି ନିଷ୍ପତିକୁ ବିରୋଧ କରି ଆଜି କୋର୍ଟଙ୍କ ଦ୍ୱାରସ୍ତ ହେବାକୁ ନିଷ୍ପତି ନେଇଛି ଟିଏମସି । ଅପରପକ୍ଷରେ ଜାତୀୟ ଦଳର ମାନ୍ୟତା ପାଇଥିବା ଆମ ଆଦମୀ ପାର୍ଟି ଆଜି ଦିଲ୍ଲୀରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରିବ ବୋଲି ଘୋଷଣା କରିଛନ୍ତି ଦଳ ମୁଖ୍ୟ ଅରବିନ୍ଦ କେଜ୍ରୀୱାଲ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc