Home IPL ହାରିଲା RCB କାନ୍ଦିଲେ ଫ୍ୟାନ୍ସ

ହାରିଲା RCB କାନ୍ଦିଲେ ଫ୍ୟାନ୍ସ

by Admin
0 comment

ବାଙ୍ଗାଲୋରରେ ଖେଳାଯାଇଥିବା ଆଇପିଏଲର ୧୫ ତମ ମୁକାବିଲାକୁ ଶେଷ ବଲ ଜିତି ନେଇଛି ଲକ୍ଷ୍ନୈ ସୁପର ଜିଆଣ୍ଟସ । ଏହି ମ୍ୟାଚ ରେ ବାଙ୍ଗାଲୋର ହାରିଵା ପରେ ଆରସିବି ଫ୍ୟାନ୍ସ କାନ୍ଦୁଥିବା ଥିବା ଦେଖିବାକୁ ମିଳିଛି | ୨୧୨ ରନର ବିଶାଳ ସ୍କୋର କରି ଆରସିବି ହାରିଯାଇଥିବା ବେଳେ, ଷ୍ଟାଡିୟମରେ ଫ୍ୟାନ୍ସ ଙ୍କ ଆଖିରୁ ଲୁହ ବାହାରୁ ଥିବାର ଦେଖିବାକୁ ମିଳିଛି।

ଏହି ମ୍ୟାଚରେ ବିଶାଳ ସ୍କୋର କରିବା ସତ୍ତ୍ବେ ଲକ୍ଷ୍ନୌ ଠାରୁ 1 ୱିକେଟରେ ହାରିଛି ବାଙ୍ଗାଲୋର । ଏହାସହ ଲଗାତାର ଦ୍ବିତୀୟ ମ୍ୟାଚରେ ପରାଜୟ ବରଣ କରିଛି ଆରସିବି । ପ୍ରଥମେ ବ୍ୟାଟିଂ କରିବାକୁ ଆସି ଆରସିବିର ପ୍ରାରମ୍ଭିକ ବ୍ୟାଟର ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ବିରାଟ କୋହଲି ଓ ଫାଫ ଡୁପ୍ଲେସିସଙ୍କ ମଧ୍ୟରେ 96 ରନର ଭାଗିଦାରୀ ହୋଇଥିଲା । । ଏହାପରେ ଫାଫ ଡୁପ୍ଲେସିସ ଓ ମାକ୍ସୱେଲଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ 115 ରନର ଭାଗିଦାରୀ ହୋଇଥିଲା । ମାକ୍ସୱେଲ 29ଟି ବଲରେ 6ଟି ଛକା ଓ 3ଟି ଚୌକା ବଳରେ 59 ରନ କରିଥିଲେ । ତେବେ ସେ ମାର୍କ ଉଡଙ୍କ ବଲରେ ବୋଲ୍ଡ ହୋଇଥିଲେ । ସେପଟେ ଫାଫ ଡୁପ୍ଲେସିସ 46 ବଲ ଖେଳି ଅପରାଜିତ 79 ରନ ସଂଗ୍ରହ କରିଥିଲେ । ନିର୍ଦ୍ଧାରିତ 20 ଓଭରରେ ମାତ୍ର 2 ୱିକେଟ ବିନିମୟରେ 212 ରନର ବିଶାଳ ସ୍କୋର କରିଥିଲା ଆରସିବି ।

ବିଜୟ ଲକ୍ଷ୍ୟର ପିଛା କରିବାକୁ ଆସି ଲକ୍ଷ୍ନୌ ଦଳ ପ୍ରାରମ୍ଭରୁ ୱିକେଟ ହରାଇଥିଲା । କାୟଲ ମାୟର୍ସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । 23 ରନ ମଧ୍ୟରେ 3ଟି ୱିକେଟ ହରାଇଥିଲା ଲକ୍ଷ୍ନୌ । ତେବେ ଏହାପରେ ମାର୍କସ ଷ୍ଟୋଇନିସ ପଡ଼ିଆକୁ ଓହ୍ଲାଇଥିଲେ । ଲକ୍ଷ୍ନୌର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ 30ଟି ବଲରେ 65 ରନ କରି ଆଉଟ ହୋଇଥିଲେ । କିନ୍ତୁ ନିକୋଲାସ ପୁରନ ଆଜି ତାଙ୍କର ସ୍ବଭାବିକ ଖେଳ ପ୍ରଦର୍ଶନ କରିଥିଲେ । ଆରସିବି ବୋଲରଙ୍କ ଉପରେ ପ୍ରହାର କରି ସେ 19ଟି ବଲରେ ଦୃତ 62 ରନ କରିଥିଲେ । ଯେଉଁଠାରୁ ଲକ୍ଷ୍ନୌ ବିଜୟ ରାସ୍ତା ସଫା ହୋଇଥିଲା । ଦଳୀୟ ସ୍କୋର 189 ହୋଇଥିବା ବେଳେ, ପୁରନ ମଧ୍ୟ ପାଭିଲିୟନ ଫେରିଥିଲେ । ଏହା ସତ୍ତ୍ବେ ଶେଷ ବଲ ପର୍ଯ୍ୟନ୍ତ ପିଚରେ ଛିଡ଼ା ହୋଇ ଆରସିବି ମୁଖରୁ ବିଜୟ ଛଡ଼ାଇ ଆଣିଥିଲେ ଲକ୍ଷ୍ନୌ ବ୍ୟାଟର ।ଆରସିବି ପକ୍ଷରୁ ମହମ୍ମଦ ସିରାଜ ଓ ୱେନ ପାର୍ନେଲ 3ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଶେଷ ଓଭରରେ 2ଟି ୱିକେଟ ନେଇଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc