ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟରରେ ଫଲୋ କରିଛନ୍ତି ଏହାର ମାଲିକ ଏଲନ୍ ମସ୍କ୍ । ଏଲନ୍ ତାଙ୍କ ଟ୍ୱିଟରରେ ଫଲୋ କରିଥିବା ମୋଟ୍ ୧୯୫ଜଣଙ୍କ ମଧ୍ୟରେ ଅଛନ୍ତି ମୋଦି । ଏଲନ୍ଙ୍କ ଫଲୋୟର୍ସ ତାଲିକାର ଏକ ସ୍କ୍ରିନସଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଲନ୍ ମସ୍କଙ୍କର ଏବେ ଫଲୋୟର୍ସଙ୍କ ସଂଖ୍ୟା ରହିଛି ୧୩୪.୩ ମିଲିୟନ୍ । ଟ୍ୱିଟରରେ ସବୁଠାରୁ ଅଧିକ ଫଲୋୟର୍ସ ଥିବା ବ୍ୟବହାରକାରୀଙ୍କ ମଧ୍ୟରେ ଏଲନ୍ ଆଗରେ ରହିଛନ୍ତି । ମାର୍ଚ୍ଚ ଶେଷସୁଦ୍ଧା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଅତିକ୍ରମ କରିବା ପରେ ସେ ଏହି ସଫଳତା ହାସଲ କରିଥିବା ଜଣାପଡ଼ିଛି । ନରେନ୍ଦ୍ର ମୋଦିଙ୍କ ଟ୍ୱିଟରରେ ୮୭.୭ ମିଲିୟନ୍ ଫଲୋୟର୍ସ ଅଛନ୍ତି ।






