କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ ଉପରେ ଲାଗିଛି କଟକଣା । ରାଜ୍ୟସରକାରଙ୍କ ବିନା ଅନୁମତିରେ ତଦନ୍ତ କରିପାରିବନି ସିବିଆଇ । ଗତ ମାର୍ଚ୍ଚରେ ସଂସଦୀୟ କମିଟି ୯ଟି ରାଜ୍ୟ ଦ୍ୱାରା ସିବିଆଇକୁ ମିଳିଛି ସ୍ୱତନ୍ତ୍ର ନିର୍ଦ୍ଦେଶ । ସାଧାରଣ ସହମତି ପ୍ରତ୍ୟାହାର କରିନେଇଥିବା ପ୍ରସଙ୍ଗ ଉଠାଇବା ସହ ସିବିଆଇର କାର୍ଯ୍ୟଶୈଳୀର ସୀମାନିର୍ଦ୍ଧାରଣ ନେଇ ନୂଆ ଆଇନ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲା । ଦିଲ୍ଲୀ ବିଶେଷ ପୋଲିସ ପ୍ରତିଷ୍ଠାନ ଅଧିନିୟମ ୧୯୪୬ ଅନୁସାରେ ସିବିଆଇ କାର୍ଯ୍ୟଧାରାର ସୀମା ନିର୍ଦ୍ଧାରୀତ ହୋଇଛି । ତେଣୁ ଏଥିରେ ପରିବର୍ତନ ସ୍ୱରୂପ ସିବିଆଇର ନିରପେକ୍ଷତାକୁ ସୁନିଶ୍ଚିତ କରିବା ଏବଂ ଅଧିକ କ୍ରିୟାଶୀଳ କରିବାକୁ ନୂଆ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ସଂସଦୀୟ କମିଟି ପ୍ରସ୍ତାବ ଦେଇଛି । ରାଜ୍ୟ ସରକାର ସିବିଆଇଠାରୁ ସହମତି ପ୍ରତ୍ୟାହାର କରିବାର ଅର୍ଥ, ସିବିଆଇକୁ ମାମଲାର ତଦନ୍ତ ପାଇଁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ ।





