୨୦୨୪ ନିର୍ବାଚନରେ ସମ୍ବଲପୁର ବିଧାନସଭା ଆସନରେ ବଡ ଲଢେଇ ହେବାକୁ ଯାଉଛି । ଗୋଟିଏ ପଟେ ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ର ମଇଦାନରେ ଥିବା ବେଳେ ତାଙ୍କୁ ଚେକ୍ ଦେବା ପାଇଁ ନୂଆ ରଣନୀତ ଆପଣାଉଛି ଶାସକ ବିଜେଡି । ଏପରିକି ନୂଆ ଚେହେରାଙ୍କୁ ମଇଦାନକୁ ଓହ୍ଲାଇବାକୁ ବିଜେଡି ପ୍ଲାନ କରୁଥିବା ଚର୍ଚା ହେଉଛି ।
ବିଜେପି ନେତା ଜୟ ନାରାୟଣ ମିଶ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜୋରଦାର ଆଟାକ କରୁଛନ୍ତି । ଏହାସହ ପଶ୍ଚିମ ଓଡିଶାରେ ଜୟ ନାରାୟଣଙ୍କର ବେଶ୍ ଦବଦବା ବି ରହିଛି ।
ତେଣୁ ଶାସକ ବିଜେଡି ଏବେଠାରୁ ଜୟ ନାରାୟଣଙ୍କୁ ଚକମା ଦେବା ଲକ୍ଷ୍ୟରେ ରହିଛି । ଇତିହାସ ଉପରେ ନଜର ପକାଇଲେ ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡ଼ି ସମ୍ବଲପୁରରେ ଥରେମାତ୍ର ବିଜୟ ହାସଲ କରିଛି । ଦିନେ କଂଗ୍ରେସର ଗଡ଼ ଥିବା ସମ୍ବଲପୁର ଏବେ ବିଜେପି ଅକ୍ତିଆରରେ । ଏଥିପାଇଁ ବିଜେପି ଓ ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇସାରିଛି ସମରସଜ୍ଜା । ସେଥିପାଇଁ ଶାସକ ବିଜେଡି ରେଢାଖୋଲ୍ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବଲପୁର ମଇଦାନକୁ ଓହ୍ଲାଇପାରେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।
ଅଧିକ ପଢନ୍ତୁ
ଏହାସହ ଖୋଦ୍ ରୋହିତ ପୂଜାରୀ ମଧ୍ୟ ସମ୍ବଲପୁର ମୁହାଁ ହୋଇଥିବା ବେଳେ ତାଙ୍କୁ ବିଭିନ୍ନ ସଭା ସମିତିରେ ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଗତ ୨୦୧୯ରେ ଜୟ ନାରାୟଣ ମିଶ୍ର ବିଜୟୀ ହୋଇଥିଲେ । ମାତ୍ର ୪ହଜାର ୩୮୦ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ ବିଜେଡିର ରାସେଶ୍ୱରୀ ପାଣିଗ୍ରାହୀ । ହେଲେ ଜୟନାରାଣଙ୍କୁ ଚେକମେଟ୍ ଦେବାକୁ ବିଜେଡ଼ି ଏଠାରେ ରୋହିତ୍ ପୂଜାରୀଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରୁଥିବା ଜଣାପଡ଼ିଛି । ତେବେ ବର୍ତମାନ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାସ ଦାସ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟୀତ୍ୱ ସମ୍ଭାଳିବା ପରେ ତାଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି ।
ଆହୁରି ପଢନ୍ତୁ