Home Breaking News ପୁଣି ଇତିହାସ ରଚିଲା ଏସସିବି: ନୂଆ ଜୀବନ ଦେଲା ‘ଏକମୋ’ ମେସିନ୍‌

ପୁଣି ଇତିହାସ ରଚିଲା ଏସସିବି: ନୂଆ ଜୀବନ ଦେଲା ‘ଏକମୋ’ ମେସିନ୍‌

by Admin
0 comment

ଚିକିତ୍ସା କ୍ଷେତ୍ରରେ ପୁଣିଏକ ଇତିହାସ ରଚିଛି କଟକ ଏସସିବି ମେଡ଼ିକାଲ । ‘ଏକମୋ’ ମେସିନର ସଦୁପଯୋଗ କରି ଏକ ଜଟିଳ ଅସ୍ତ୍ରୋପଚାରକୁ ସଫଳ କରି ଦେଖାଇଛନ୍ତି ଏସସିବି ଡାକ୍ତର । ଏସସିବିର କାର୍ଡିଓ ଥୋରାସିସ୍ ଆଣ୍ଡ୍ ଭସ୍କୁଲାର ସର୍ଜରୀ ବିଭାଗର ଡାକ୍ତରମାନେ ଏହି ଚମତ୍କାର କରିଦେଖାଇଛନ୍ତି ।

କୌଣସି କୋଭିଡ଼୍ ରୋଗୀ ନୁହଁନ୍ତି, ଜଣେ ଯୁବକଙ୍କ ଶ୍ୱାସନଳୀରୁ କଢାଯାଇଛି ଅଢେଇ ସେଣ୍ଟିମିଟରର ଟ୍ୟୁମର । ଏଠାରେ ଏକମୋ ମେସିନ୍ ଥିବା ଯୋଗୁଁ ଏଭଳି ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି ବୋଲି ବିଭାଗୀୟ ମୁଖ୍ୟ ଡାକ୍ତର କହିଛନ୍ତି । ସୂଚନା ମୁତାବକ ଦେବଗଡ଼ ବରକୋଟ ଅଞ୍ଚଳର ୨୧ବର୍ଷିୟ ରିଙ୍କୁ ଲୋହରା ଗତ ୬ମାସ ହେବ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । କେତେବେଳେ ତାଙ୍କ ଶ୍ୱାସକ୍ରିୟାରେ ବୃଦ୍ଧି ଘଟୁଥିଲା ତ ପୁଣି କେତେବେଳେ ନିଃଶ୍ୱାସପ୍ରଶ୍ୱାସ ନେବାବେଳେ ସମସ୍ୟା ଉପୁଜୁଥିଲା ।

ଅଧିକ ପଢନ୍ତୁ

ପରିବାରଲୋକେ ରିଙ୍କୁଙ୍କୁ ଏସସିବିର ଯକ୍ଷ୍ମା ଓ ଛାତିରୋଗ ବିଭାଗକୁ ଆଣିଥିଲେ । ଏଠାରେ ତାଙ୍କର ବ୍ରୋଙ୍କୋସ୍କୋପି କରାଯାଇଥିଲେ ବି କୌଣସି ସୁଫଳ ମିଳିନଥିଲା । ପରୀକ୍ଷା କରିବା ପରେ ତାଙ୍କ ଶ୍ୱାସନଳୀରେ ଟ୍ୟୁମର ଥିବା ଜଣାପଡିଥିଲା । ପରେ ତାଙ୍କୁ ସିଟିଭିଏସ୍ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ବିଭାଗୀୟ ମୁଖ୍ୟ ଡାକ୍ତରଙ୍କ ନେତୃତ୍ୱରେ ଏକ ଡାକ୍ତରୀଦଳ ୪ଘଣ୍ଟାର ଅସ୍ତ୍ରୋପଚାର କରିଥିଲେ ବି ଏହା ବିନା ଆନାସ୍ଥେସିଆରେ କରାଯାଇଥିଲା ।

ଆହୁରି ପଢନ୍ତୁ

ସେହିପରି କୋଭିଡ୍ ସମୟରେ ଆକ୍ରାନ୍ତଙ୍କ ଜୀବନରକ୍ଷାର ଏକମାତ୍ର ଆଶା ପାଲଟିଥିଲା ଏକମୋ ଚିକିତ୍ସା । ୨୦୨୧ ଅଗଷ୍ଟ ୨୭ରେ ସମଗ୍ର ପୂର୍ବ ଭାରତରେ ସବୁଠାରୁ ବଡ଼ ଏକମୋ ୟୁନିଟନ୍ ପ୍ରତିଷ୍ଠା ହୋଇଥିଲା କଟକ ବଡ଼ ମେଡ଼ିକାଲରେ । ସେବେଠାରୁ ଜୀବନରକ୍ଷାରେ ଏହି ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । କୋଡିଡ୍ ପରବର୍ତି ସମୟରେ ମଧ୍ୟ ଏକମୋ ୟୁନିଟକୁ ମିଳୁଛି ଅଭୂତପୂର୍ବ ସଫଳତା ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc