ପୁଣି କାୟା ମେଲାଇଲାଣି କରୋନା । ଏଣୁ ପୁନର୍ବାର ଫେରିଲା ମାସ୍କ୍ । ମେଡିସିନ ଷ୍ଟୋଠାରୁ ଆରମ୍ଭ କରି ଡ୍ରେସ ସୋ’ରୁମ୍ ଏବଂ ଫୁଟପାଥ୍ ସବୁଠି ମାସ୍କ ଦେଖିବାକୁ ମିଳୁଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ଏବେ ମାସ୍କ୍ ବାଧ୍ୟତାମୂଳକ କରାଯାଇଛି । ପୁଡୁଚେରୀ, କେରଳ ପରେ ଏବେ ହରିୟାଣା ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ସର୍ବସାଧାରଣ ସ୍ଥାନକୁ ମାସ୍କ ପିନ୍ଧି ଯିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ହରିୟାଣା ସରକାର । ହରିୟାଣା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ସୂଚନା ଦିଆଯାଇଛି, କରୋନା ସ୍ଥିତିର ସମୀକ୍ଷା ପାଇଁ ଏପ୍ରିଲ ୩ରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।
