ଆମେରିକା ମେରିଲ୍ୟାଣ୍ଡରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ସେଠାରେ ଥିବା ଏକ କ୍ୟାଥୋଲିକ ଚର୍ଚ୍ଚରେ ୬୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଛି । ୧୯୪୦ ମସିହାରୁ ଏପର୍ଯ୍ୟନ୍ତ ଅର୍ଥାତ ୮୦ ବର୍ଷ ମଧ୍ୟରେ ଅନ୍ୟଲୋକଙ୍କ ସହ ୧୫୬ ପାଦ୍ରୀ ଶିଶୁମାନଙ୍କୁ ଯୌନ ଉତ୍ପୀଡନ କରିଛନ୍ତି ।
ଏହି ମାମଲାରେ ମେରିଲ୍ୟାଣ୍ଡର ଆଟର୍ଣ୍ଣି ଜେନେରାଲ ଆନ୍ଥୋନି ବ୍ରାଉନ ୪ ବର୍ଷ ଯାଞ୍ଚ କରିବାପରେ ୪୬୩ ପୃଷ୍ଠାର ଏକ ରିପେ।।ର୍ଟ ପ୍ରସ୍ତୁତ କରିଛନ୍ତି । ଏବଂ ଏହି ରିପୋର୍ଟରେ ଦର୍ଶାଯାଇଛି ଚର୍ଚ୍ଚ ପରିଚାଳନା କମିଟି ସବୁ ଜାଣିମଧ୍ୟ ଏଭଳି ଜଘନ୍ୟକାଣ୍ଡ ଲୁଚାଇ ରଖିଥିଲେ । ରିପୋର୍ଟନୁସାରେ ଅପରାଧୀମାନେ ଅସହାୟ ଏବଂ ବାଧ୍ୟବାଧ୍ୟକତାରେ ଥିବା ଶିଶୁଙ୍କ ଟାର୍ଗେଟ କରୁଥିଲେ । ଏବଂ ତାଙ୍କୁ ଯୌନ ଉତ୍ପୀଡନ ଦେବା ସମୟରେ ଏହା ଇଶ୍ୱରଙ୍କ ଇଚ୍ଛା ବୋଲି କହୁଥିଲେ । ଯଦି ଘଟଣା ସମ୍ପର୍କରେ କାହାକୁ ଜଣାଇବ ତେବେ, ତୁମର ସମସ୍ତ ପରିବାର ନର୍କରେ ପଡିବ ବୋଲି ଧମକ ମଧ୍ୟ ଦେଉଥିଲେ । ଉକ୍ତ ଘଟଣାରେ ସଂପୃକ୍ତଥିବା କିଛି ପାଦ୍ରୀ ମୃତ୍ୟୁ ବରଣ କରିଥିବା ବେଳେ, ଅନ୍ୟକିଛି ପାଦ୍ରୀ ବର୍ତ୍ତମାନ ସୁଦ୍ଧା ଜୀବନ୍ତ ଅଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚର୍ଚ୍ଚ ସମ୍ମୁଖରେ ସାଧାରଣ ଜନତା ଆନ୍ଦୋଳନ କରୁଛନ୍ତି ।