Home Breaking News ୨୦୩୦ ସୁଦ୍ଧା ମିଳିବ କ୍ୟାନସର ଟିକା

୨୦୩୦ ସୁଦ୍ଧା ମିଳିବ କ୍ୟାନସର ଟିକା

by Admin
0 comment

କ୍ୟାନସର, ଏହାର ନାଁ ଶୁଣିବା ମାତ୍ରେ ଛାତିରେ ଛନକା ପଶିଯାଏ । ପ୍ରତିଦିନ ଭାରତରେ ଅନ୍ୟୁନ ହଜାର ହଜାର ବ୍ୟକ୍ତିଙ୍କର ଏହି ରୋଗରେ ଜୀବନ ଯାଉଛି । ଖୁବ୍ କମସଂଖ୍ୟକ ଲୋକ ଏହି ରୋଗରୁ ମୁକ୍ତି ପାଉଥିବା ବେଳେ ଅଧିକାଂଶଙ୍କର ଜୀବନହାନୀ ଘଟୁଛି । ଏପରିକ୍ଷେତ୍ରରେ ଆଗାମୀ ୨୦୩୦ସୁଦ୍ଧା ବିଶ୍ୱରେ କ୍ୟାନସର, ହୃଦରୋଗ ଓ ଅଟୋଇମ୍ୟୁୟନ ଭଳି ରୋଗ ପାଇଁ ଟିକା ପ୍ରସ୍ତୁତ ହୋଇଯିବ । ଯାହାଫଳରେ ପ୍ରତିବର୍ଷ ଏସବୁ ରୋଗରେ ପ୍ରାଣ ହରାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇପାରିବ । କୋଡିଡ୍‌-୧୯ ଟିକାର ସଫଳତା ପରେ କ୍ୟାନସର ଟିକାର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏହି ଟିକା ଉପରେ ଚାଲିଥିବା ଅଧ୍ୟୟନ ବେଶ୍ ସଫଳ ହୋଇଛି ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି ।

ଏହି ବିଶେଷଜ୍ଞ ଟିମ୍ କହିଛନ୍ତି, ଗତ ୧୫ବର୍ଷ ହେବ କ୍ୟାନସର ଟିକା ବିକାଶ ଲାଗି ଗବେଷଣା ଜାରି ରହିଥିଲା । କିନ୍ତୁ କୋଭିଡ୍ ଟିକା ସଫଳ ହେବା ପରେ ୧୨ରୁ ୧୮ମାସ ଭିତରେ କ୍ୟାନସର ଟିକାର ବିକାଶ କ୍ଷେତ୍ରରେ ବେଶ୍ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ମଡର୍ଣ୍ଣା ଫାର୍ମାସ୍ୟୁଟିକାଲ୍ କମ୍ପାନୀର ମୁଖ୍ୟ ମେଡିକାଲ ଅଫିସର ଡକ୍ଟର ପଲ୍ ବର୍ଟନଙ୍କ ସୂଚନା ଅନୁସାରେ ତାଙ୍କ କମ୍ପାନୀ ଏବେ ବିଭିନ୍ନ ପ୍ରକାର କ୍ୟାନସର ଟିକା ବିକାଶରେ ଲାଗିପଡ଼ିଛି । ଯାହାକି ବିଭିନ୍ନ ପ୍ରକାର ଟ୍ୟୁମରକୁ ଟାର୍ଗେଟ୍ କରିପାରିବ । ହୁଏତ ଆଗାମୀ ୫ବର୍ଷରୁ କମ୍ ସମୟ ଭିତରେ ଏହି ଟିକା ଉପଲବ୍ଧ ହୋଇପାରିବ । କେବଳ କ୍ୟାନସର ଟିକା ନୁହେଁ କୋଡିଡ୍‌, ଫ୍ଲୁ ଏବଂ ଆରଏସଭି ଭଳି ଏକାଧିକ ଶ୍ୱାସକ୍ରିୟାଜନିତ ରୋଗରୁ ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଲାଗି ଏକକ ଇଞ୍ଜେକସନର ମଧ୍ୟ ବିକଶିତ ହେଉଛି । ଏହାସହ ବର୍ତମାନ ଔଷଧ ମିଳୁନଥିବା କେତେକ ବିରଳ ରୋଗର ଚିକିତ୍ସା ପାଇଁ ଏନଆରଏନଏ ଥେରାପି ମଧ୍ୟ ଆଗାମୀ କିଛିବର୍ଷ ଭିତରେ ଉପଲବ୍ଧ ହୋଇପାରିବ ବୋଲି ଡକ୍ଟର ବର୍ଟନ୍ କହିଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc