Home Breaking News ବିଶ୍ୱର ସବୁଠୁ ବଡ଼ ଆମ୍ବେଦକର ପ୍ରତିମୂର୍ତ୍ତି

ବିଶ୍ୱର ସବୁଠୁ ବଡ଼ ଆମ୍ବେଦକର ପ୍ରତିମୂର୍ତ୍ତି

by Admin
0 comment

ଭାରତରେ ନିର୍ମିତ ହୋଇଛି ବିଶ୍ୱର ସବୁଠାରୁ ବଡ଼ ପ୍ରତିମୂର୍ତ୍ତି । ଏହି ସର୍ବବୃହତ ପ୍ରତିମୂର୍ତି ତେଲେଙ୍ଗାନାରେ ନିର୍ମାଣ କରାଯାଇଥିବା ବେଳେ ଏହା ହେଉଛି ସମ୍ବିଧାନର ପ୍ରଣେତା ଡ. ବିଆର. ଆମ୍ବେଦକରଙ୍କର । ଆସନ୍ତା ୧୪ଏପ୍ରିଲରେ ବାବା ସାହେବ ଆମ୍ବେଦକର ଜୟନ୍ତୀରେ ଉଦଘାଟିତ ହେବାକୁ ଥିବା ଏହି ପ୍ରତିମୂର୍ତି ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୧୧ଏକର ପରିମିତ ଯାଗାରେ ନିର୍ମିତ ହୋଇଛି ଏହି ସର୍ବବୃହତ୍ ୧୨୫ଫୁଟ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି । ପ୍ରସିଦ୍ଧ ଶିଳ୍ପୀକାର ତଥା ଆର୍କିଟେକ୍ଟ ରାମ. ବି. ସୂତାର ଓ ଅନୀଲ ସୁତାର ଏହି ପ୍ରତିମାର ଡିଜାଇନ ତିଆରି କରିଥିôବା ସୂଚନା ମିଳିଛି । ୨୦୧୬ରେ ଆରମ୍ଭ ହୋଇଥିଲା ଏହି ପ୍ରତିମୂର୍ତିର ନିର୍ମାଣ କାର୍ଯ୍ୟ ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

୧୪୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରତିମୂର୍ତିରେ ବ୍ୟବହାର ହୋଇଛି ଅନେକ ଦାମୀ ପଥର ସହ ୧୧୦ଟନର ଷ୍ଟିଲ ଓ ୧୫୦ଟନର କାଂସ୍ୟ ସାମଗ୍ରୀ । ସେହିପରି ଏଥିରେ ଲାଗିଥିବା ପଥରଗୁଡିକ, ଆଗ୍ରା, ନୋଏଡ଼ା ଓ ଜୟପୁରରୁ ଆମଦାନୀ କରାଯାଇଛି । ତେଲେଙ୍ଗାନାର ଶହୀଦ ସ୍ମାରକ ଓ ହୁସେନ ସାଗରରେ ନିର୍ମିତ ବୁଦ୍ଧ ମୂର୍ତି ସହ ଆମ୍ବେଦକରଙ୍କ ପ୍ରତିମା ସାଚିବ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟକେନ୍ଦ୍ର । ସେହିପରି ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବି ବିଜୟୱାଡ଼ାରେ ନିର୍ମିତ ହେଉଛି ୧୭୫ଫୁଟ ଉଚ୍ଚତା ବିଶିଷ୍ଟ ଆମ୍ବେଦକରଙ୍କର ଆଉଏକ ପ୍ରତିମୂର୍ତି । ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ଆସନ୍ତା ୧୪ତାରିଖରେ ଏହାକୁ ଉଦଘାଟନ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ହେଲେ ପ୍ରତିମୂର୍ତିଟିର ନିର୍ମାଣ କାର୍ଯ୍ୟ ଏବେସୁଦ୍ଧା ସରିନଥିବା ବେଳେ ଏଥିପାଇଁ ଆଉ କିଛିମାସ ସମୟ ଲାଗିବ ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ବରିଷ୍ଠ ସରକାରୀ ଅଧିକାରୀ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc