Home Breaking News କମିବ ସିଏନଜି, ପିଏନଜି ଦାମ୍‌

କମିବ ସିଏନଜି, ପିଏନଜି ଦାମ୍‌

by Admin
0 comment

କମିବ ସିଏନଜି ଓ ପିଏନଜିର ଦାମ୍ । ସିଏନଜି ଏବଂ ପାଇପ ଦ୍ୱାରା ଯୋଗାଯାଉଥିବା ରୋଷେଇ ଗ୍ୟାସର ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ମନ୍ତ୍ରୀମଣ୍ଡଳ ଗ୍ୟାସ ଦର ନିର୍ଦ୍ଧାରଣର ନୂଆ ଫର୍ମୁଲାକୁ ମଞ୍ଜୁରୀ ଦେଇଛନ୍ତି । ଏହାସହ ସିଏନଜି ଏବଂ ପାଇପ୍ ଯୋଗାଣ କରାଯାଉଥିବା ରୋଷେଇ ଗ୍ୟାସର ଦାମ୍ ଉପରେ ସର୍ବାଧିକ ସୀମା ନିର୍ଦ୍ଧାରଣ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏପିଏମ ଗ୍ୟାସ୍ ପାଇଁ ଚାରି ଡଲାର ପ୍ରତି ଏମଏମବିଟିୟୁକୁ ମୂଲ୍ୟ ମଞ୍ଜୁରୀ ମିଳିଛି । ସର୍ବାଧିକ ମୂଲ୍ୟ ୬.୫ଡଲାର ପ୍ରତି ଏମଏମବିଟିୟୁ ରଖିବା ଉପରେ ମୋହର ମାରିଛନ୍ତି । ଏହାସହ ମନ୍ତ୍ରୀ କହିଛନ୍ତି, ଏପିଏମ୍ ଗ୍ୟାସ ଭାବେ ଜଣା ପାରମ୍ପରିକ କିମ୍ବା ପୁରୁଣା କ୍ଷେତ୍ରରୁ ଉତ୍ପାଦିତ ପ୍ରାକୃତିକ ଗ୍ୟାସକୁ ଏବେ ଆମେରିକା, କାନାଡ଼ା ଏବଂ ଋଷ ଭଳି ଦେଶରେ ଅଶୋଧିତ ତେଲର ଦାମ୍ ସହ ଯୋଡାଯିବ ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

ଏହି ନିଷ୍ପତି ପରେ ଏକ ଏପିଏମ ଗ୍ୟାସ ଦାମ୍ କଞ୍ଚାତେଲର ଦାମ୍ ୧୦ପ୍ରତିଶତ ହେବ । ଅବଶ୍ୟ ଏହି ଦାମ୍ ୬.୫ ଡଲାର ପ୍ରତି ୧୦ଲକ୍ଷ ଏମଏମବିଟିୟୁରୁ ଅଧିକ ହେବନି । ବର୍ତମାନ ସମୟରେ ଗ୍ୟାସ ଦାର ୮.୫୭ଡଲାର ପ୍ରତି ଏମଏମବିଟିୟୁ ରହିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦାମର ନିର୍ଦ୍ଧାରଣ ପ୍ରତ୍ୟେକ ମାସରେ ହେବ । ପୂର୍ବରୁ ବର୍ଷରେ ଦୁଇଥର ରେଟ୍ ସମୀକ୍ଷା ହେଉଥିଲା । ସରକାରଙ୍କ ଏହି ନିଷ୍ପତିରେ ପିଏନଜିର ଦାମରେ ୧୦ପ୍ରତିଶତ ପର୍ଯ୍ୟନ୍ତ ପାର୍ଥକ୍ୟ ରହିବ । ଏହାସହ ସିଏନଜି ଦାମ ମଧ୍ୟ ଖୁବଶୀଘ୍ର କମିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc