ପୁଣି ଫେରିଛି କରୋନା । ପୁନର୍ବାରେ ଦେଶରେ ଯେଭଳି କରୋନା କାୟା ବିସ୍ତାର ନକରେ ସେଥିପାଇଁ କେନ୍ଦ୍ର ପକ୍ଷରୁ ଚାଲିଛି ଘନଘନ ବୈଠକ । ଆରମ୍ଭ ହୋଇଛି ଟୀକାକରଣ । ମାତ୍ର ଟୀକା ନେବା ନେତା ସତ୍ୱେ ବି ଏହାର କୌଣସି ପ୍ରଭାବ ପଡୁନି । ବଢିଚାଲିଛି କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏ ଭିତରେ ସାମ୍ନାକୁ ଆସିଛି ଏକ ଚାଂଚଲ୍ୟକର ତଥ୍ୟ । କରୋନାରୁ ମୁକ୍ତି ପାଇଁ ଟୀକା ଦିଆଯାଉଥିବା ବେଳେ କାହିଁକି ଏଭଳି ପଜିଟିଭ୍ଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓ ଟୀକା କାମ ଦେଉନି, ସେ ସମ୍ପର୍କରେ ଏକ ଗବେଷଣାରୁ ଜଣାପଡ଼ିଛି ।
ବାୟୁ ପ୍ରଦୁଷଣ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । କୋଡିଡ ଟିକାରେ ଆଣ୍ଟିବଡ଼ି ପ୍ରସ୍ତୁତ କରୁଥିବା ପ୍ରକ୍ରିୟାକୁ ଏହା ପ୍ରଭାବିତ କରୁଥିବା ସ୍ପଷ୍ଟ ହୋଇଛି । ପିଏମ ୨.୫ ସହ ନାଇଟ୍ରୋଜେନ୍ ଡାଇ ଅକ୍ସାଇଡ୍ ଏବଂ ବ୍ଲାକ୍ କାର୍ବନ ବା ଅଙ୍ଗାରକାମ୍ଳ ଯୋଗୁଁ ଆଣ୍ଟିବଡ଼ି ତିଆରି ହେବା ପ୍ରାୟ ୧୦ପ୍ରତିଶତ ହ୍ରାସ ପାଉଛି ।
ଅଧିକ ପଢନ୍ତୁ