ବଜେଟ ଅଧିବେଶନର ଶେଷ ଦିନରେ ଆଦାନୀ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧି । ବିରୋଧି ଦଳ ସାଂସଦମାନେ ଆଦାନୀ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି କରି ଆଜି ସଂସଦରୁ ବିଜୟ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ମାର୍ଚ୍ଚ ବାହାର କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟାନ୍ୟ ବିରୋଧି ଦଳ ସାଂସଦମାନେ ହାତରେ ତ୍ରିରଙ୍ଗା ପତାକା ଧରି ପାର୍ଲାମେଣ୍ଟରୁ ପଦଯାତ୍ରା ଚଳାଇଛନ୍ତି ।

