Home IPL IPL ନୁହେଁ YPL : ଯୁବ ପ୍ଲେୟରଙ୍କ ଦବଦବା

IPL ନୁହେଁ YPL : ଯୁବ ପ୍ଲେୟରଙ୍କ ଦବଦବା

by Admin
0 comment

ଆଇପିଏଲ ସିଜିନ ୧୬ରେ ଆରମ୍ଭ କିଛି ମ୍ୟାଚରେ ବେଶ ଦମଦାର ପ୍ରଦର୍ଶନ କରୁଛନ୍ତି ଯୁବ ପ୍ଲେୟାର ।ଏମାନଙ୍କ ଭୂମିକା ଏବେ ଆଇପିଏଲରେ ବେଶ ରୋମାଞ୍ଚ ଭରି ଦେଉଛି । ଗତକାଲି ମ୍ୟାଚରେ ଏହାର ଏକ ବଡ ଝଲକ ଦେଖିବାକୁ ମିଳିଥଥିଲା ,ପଞ୍ଜାବ ପକ୍ଷରୁ ଖେଳୁଥିବା ୨୦ ବର୍ଷୀୟ ଧ୍ରୁବ୍ ଜୁରେଲ ଏକ ପ୍ରକାର ପଞ୍ଜାବ ହାତରୁ ମ୍ୟାଚ ଛଡେଇ ନେଇଥିଲେ, ଧ୍ରୁବ ଙ୍କ ଧୁଲେଇ ଆଗରେ କେହି ବୋଲର ନିସ୍ତାର ପାଇ ନଥିଲେ, ଅର୍ଶଦୀପ ସିଂ ସାମ କରଣ ନାଥନ ଇଲିସ୍ ସମସ୍ତଙ୍କ ବଲ କୁ ପ୍ରହାର କରିଥିଲେ ଧ୍ରୁବ ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

୧୫ ବଲରେ ୩୨ ରନ ର ପାରିଖେଳିଥିଲେ ,ଯେଉଥିରେ ୩ ଚଉକା ଏବଂ ଦୁଇ ଛକା ସାମିଲି ଥିଲା ,୨୧୩ ଷ୍ଟ୍ରାଇକ୍ ରେଟ୍ ରେ ବ୍ୟାଟଂ କରିଥିଲେ ଜୁରେଲ୍ , ସେପଟେ ପ୍ରଥମ ଇନିସଂରେ ପଞ୍ଜାବ ପକ୍ଷରୁ ପ୍ରଥମ ଥର ପାଇଁ ଓପନ କରୁଥିବା ପ୍ରବସିମରନ ସିଂ ଦୁଇଟି ମ୍ୟାଚ ଖେଳିଥିବା ସ୍ଵତେ ୮୩ ରନ କରିଛନ୍ତି ।ରାଜସ୍ଥାନ ବିପକ୍ଷ ମ୍ୟାଚରେ ଓପନ କରିଥିବା ସିମରନ ସିଂ ୩୪ ବଲରେ ୬୦ ରନ ର ପାରି ଖେଳିଥିଲେ,ତାଙ୍କ ପାରିର ୭ ଚଉକା ଏବଂ ୩ ଛକା ମାରିଥିଲେ |

ଏହାସହ ଚେନ୍ନାଇ ପକ୍ଷରୁ ଖେଳୁଥିବା ଯୁବ ଓପନର ଗାଇକ୍ଵାଡ ଜବରଦସ୍ତ ଫର୍ମରେ ଅଛନ୍ତି ,ତାଙ୍କ ବଳରେ ଚେନ୍ନାଇ ଉଭୟ ମ୍ୟାଚରେ ବଡ ସ୍କୋର କରିବାରେ ସକ୍ଷମ ହୋଇଛି ।ଏହାସ୍ ଏବେ ଗାଏକ୍ଵାଡ୍ କରେଞ କପ ହୋଲଡର ମଧ୍ୟ ରହିଛନ୍ତି ୨ ମ୍ୟାଚରେ ୧୪୯ ରନ କରିଛନ୍ତି ଋତୁରାଜ | ମୁମ୍ବାଇ ପକ୍ଷରୁ ଖେଳୁଥିବା ତିଲକ ବର୍ମା ମଧ୍ୟ ପ୍ରଥମ ମ୍ୟାଚରେ ମୁମ୍ବାଇ କୁ ବିପର୍ଯ୍ୟର ରୁ ଉଦ୍ଧାର କରି ସମ୍ମାନ ଜନକ ସ୍କୋର ଦେବାରେ ଭଡ ଭୂମିକା ନିଭାଇଥିଲେ,ପ୍ରଥମ ମ୍ୟାଚ ରେ ୮୪ ରନର ପାରିଖେଳିଥିଲେ ତିଲକ ବର୍ମା , ଏହାସହ ପଏଣ୍ଟ ଟେବୁଲର ଟପ୍ପର ଥିବା ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଥିବା ସାଇ ସୁଦର୍ଶନ ତାଙ୍କ ବ୍ୟାଟିଂ ରେ ଅନେକ ଙ୍କୁ ପ୍ରଭାବିତ କରିଛନ୍ତି ଦୁଇ ମ୍ୟାଚରେ ୮୪ ମୁଲ୍ୟବାନ ରନ କରିଛନ୍ତି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc