କାରଗ୍ରାହକଙ୍କ ପାଇଁ ଖୁସିଖବର । ଏବେ ମାର୍କେଟରେ ହ୍ୟାଚବାକ୍ ଓ ସେଡାନ୍ କାର ତୁଳନାରେ ଏସୟୁଭି ମଡେଲର ରହିଛି ଅଧିକ ଚାହିଦା । ଏପରିକ୍ଷେତ୍ରରେ ପ୍ରଖ୍ୟାତ କାର ନିର୍ମାତା ନିଶାନ୍ ପକ୍ଷରୁ ଲଂଚ୍ ହୋଇଛି ଶସ୍ତା ଏସୟୁଭି ମଡେଲ । କମ୍ପାନୀ ପକ୍ଷରୁ ଏହି ଅତ୍ୟାଧୁନୀକ ଫିଚର୍ସଯୁକ୍ତ ୨୦୨୨ ମଡେଲ କାର ଉପରେ ୯୦ହଜାର ପର୍ଯ୍ୟନ୍ତ ଡିସକାଉଂଟ୍ ଦେଉଛି କମ୍ପାନୀ । ମାର୍ଚ୍ଚ ଶେଷ ଯାଏଁ ଏହି ଡିସକାଉଂଟ୍ ମିଳିବ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେହିପରି ୨୦୨୩ ମଡେଲର ନିଶାନ ଏସୟୁଭି ଉପରେ ବି ୭୧ହଜାର ପର୍ଯ୍ୟନ୍ତ ମିଳିବ ଡିସକାଉଂଟ୍ । ଏଣୁ ନିଶାନ ଏସୟୁଭି କାରଟି ଅନ୍ୟ ସମସ୍ତ ଏସୟୁଭି ମାତ୍ ଦେବାରେ ବେଶ୍ ସକ୍ଷମ ହେବ । ମାତ୍ର ଦାମ୍ କମ୍ ହେଲେ ବି ନିଶାନ୍ ଏସୟୁଭିରେ ରହିଛି ଅନେକ ଜବରଦସ୍ତ ଫିଚର୍ସ । ଯାହା ଉଭୟ ଚାଳକ ଓ ଯାତ୍ରୀଙ୍କୁ ଦେବ ଦମଦାର ଥ୍ରିଲ୍ । ସେହିପରି ନିଶାନ୍ ମ୍ୟାଗନାଇଟ୍ର ଷ୍ଟାର୍ଟିଂ ମଡେଲର ଏକ୍ସ ସୋ’ରୁମ୍ ପ୍ରାଇସ୍ ରହିଛି ୬ଲକ୍ଷ ଟଙ୍କା ।

ଆଉ ଏହାର ଟପ୍ ଭାରିଆଂଟର ଏକ୍ସ ସୋ’ରୁମ୍ ପ୍ରାଇସ୍ ୧୦ଲକ୍ଷ ଟଙ୍କା ଥିବା ବେଳେ ଏହା ସମ୍ପୂର୍ଣ୍ଣ କମ୍ପ୍ୟୁଟରାଇଜଡ ଭର୍ସରେ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଏହାସହିତ ନିଶାନ୍ ମ୍ୟାଗନାଇଟ୍ କାରଟିକୁ ୫ଟି ସେଗମେଂଟରେ ବଜାରକୁ ଛାଡିଛି କମ୍ପାନୀ । ନିଶାନ୍ ଏକ୍ସଇ, ଏକ୍ସଏଲ, ଏକ୍ସଭି ଏକଜିକ୍ୟୁଟିଭ୍, ଏକ୍ସଭି ଓ ଏକ୍ସଭି ପ୍ରିମିୟରେ ପ୍ରସ୍ତୁତ ହୋଇଛି । ନିଶାନର ଏହି ସବ୍ କମ୍ପାକ୍ଟ ଏସୟୁଭି ମଡେଲରେ ରହିଛି ଓୟାରଲେସ୍ ଆଣ୍ଡ୍ରଏଡ୍ ସହ ଏପଲ କାରପ୍ଲେ ସିଷ୍ଟମ୍ । ସେହିପରି ଏହାର ସମ୍ମୁଖ ଭାଗରେ ଲଗାଯାଇଛି ୭ଇଂଚର ଡିଜିଟାଲ ଇନଷ୍ଟ୍ରୁମେଂଟ୍ କ୍ଲଷ୍ଟର, ଏଲଇଡ଼ି ଡିଆରଏଲ ସହ ଏଲଇଡି ହେଡଲାଇଟ୍ସ । ଏହାସହ କାରଟିରେ ଓୟାରଲେସ୍ ଫୋନ୍ ଚାର୍ଜର, ଏୟାର ପ୍ୟୁରିଫାୟର, ଆମ୍ବିଆଂଟ୍ ଲାଇଟିଂ ଓ ପେଡଲ ଲେମ୍ପସ୍ ଭଳି ଅତ୍ୟାଧୁନୀକ ଫିଚର୍ସ ଖଞ୍ଜିଛି କମ୍ପାନୀ ।
