ଭାରତୀୟ ବଜାରରେ ପୁଣି ଏକ ଶସ୍ତା ଇକ୍ଟେି୍ରକ୍ କାର । ପ୍ରଖ୍ୟାତ ଫୋର ହୁଇଲର ନିର୍ମାତା ଏମଜି କମ୍ପାନୀ ପକ୍ଷରୁ ଲଂଚ୍ ହୋଇଛି ଶସ୍ତା ମଡେଲର ଏମଜି କମେଟ୍-ଇଭି । କାର ମାର୍କେଟରେ ଏହି ମଡେଲଟି ଧୁମ୍ ମଚାଇବ ବୋଲି ଦାବି କରିଛି କମ୍ପାନୀ । କାରଣ କାରଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଆକାର ମଧ୍ୟ ବହୁତ ଛୋଟ । ତେଣୁ ଏହା ଯେ କୌଣସି ରାସ୍ତାରେ ଆରାମ୍ରେ ଯିବା ସହିତ ଗଳିକନ୍ଦିରେ ବି ସହଜରେ ଯାତ୍ରା କରିପାରିବ । ଏବେ ଭାରତୀୟ ମାର୍କେଟରେ ପେଟ୍ରୋଲ ଓ ଡିଜେଲ କାର ତୁଳନାରେ ଇଲେକ୍ଟ୍ରିକର କାରର କ୍ରେଜ୍ ବଢିଚାଲିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ଏମଜି ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ଅତ୍ୟାଧୁନୀକ ତଥା ହାଇଟେକ୍ନୋଲୋଜିର କାର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କାରଟିର ଆକାର ଛୋଟ ହୋଇଥିଲେ ବି ଏହା ଖୁବ୍ ସ୍ପିଡରେ ଗତିକରିପାରିବ । ତେଣୁ ଏହି ଶସ୍ତା ଏବଂ କ୍ୟୁଟ୍ କାରଟିକୁ କିଣିବାକୁ ଏବେ ସୋ’ରୁମରେ ଭିଡ ଲଗାଇଛନ୍ତି ଗ୍ରାହକ ।
ବିଶେଷକରି ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ସବୁ ପ୍ରକାର ଚେଷ୍ଟା କରିଛି ଏମଜି ମୋଟର ଇଣ୍ଡିଆ । କାରଟି ଅତ୍ୟାଧୁନୀକ ଫିଚର୍ସରେ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ରହିଛି ଚାର୍ଜିଂ ପୋର୍ଟ ସିଷ୍ଟମ୍, ଡୁଆଲ ଟୋନ୍ ବମ୍ପର, ଭର୍ଟିକାଲ ଷ୍ଟେକ୍ଡ ହେଡଲ୍ୟାମ୍ପ୍, ଏଲଇଡ଼ି ଡିଆରଏଲ ଇଂଟିଗ୍ରେଟେଡ୍ ଟର୍ଣ୍ଣିଂ ସିଷ୍ଟମ୍, ହେଡ୍ ଇଣ୍ଡିକେଟର୍ସ ଭଳି ହାଇଟେକ୍ନୋଲୋଜି ସିଷ୍ଟମ୍ । ଏହାସହିତ ଏମଜି କମେଟ୍ ଇଭିରେ ଏଲଇଡି ଲାଇଟ୍, ବେଣ୍ଡ୍ ସ୍କ୍ରିନ୍, କ୍ରୋମ୍ ଷ୍ଟ୍ରିପ୍ ଓଆରବିଏସ୍ ସହ ଡୁଆଲ ଟୋନ୍ କଲର ଥିମ୍ । ସେହିପରି କାରଟିର ସାମ୍ନା ପଟରେ କ୍ୱାର୍ଟର ଗ୍ଲାସ୍ ବି ଖଞ୍ଜାଯାଇଛି । ହ୍ୱିଇକିଲ କଭର ସହ ଷ୍ଟିଲ୍ ହୁଇଲ ଓ ହାଇ ମାଉଂଟେଡ୍ ଷ୍ଟପ୍ ଲ୍ୟାମ୍ପ୍ ସହ ଭର୍ଟିକାଲ ଆଲାଇଣ୍ଡ୍ ଟେଲ ଲାଇଟସ୍ ବି ଖଞ୍ଜିଛି କମ୍ପାନୀ । ରିପୋର୍ଟ ମୁତାବକ କମ୍ପାନୀ ପକ୍ଷରୁ ଏହି କାରଟିକୁ ହ୍ୱାଇଟ୍, ବ୍ଲୁ, ୟେଲୋ, ପିଙ୍କ ଓ ଗ୍ରୀନ୍ କଲରରେ ବଜାରକୁ ଛଡାଯାଇଛି । କାରଟିର ଲୁକ୍ ଠିକ୍ ହ୍ୟାଚବ୍ୟାକ୍ ମଡେଲ ଭଳି । ଏହାର ଲମ୍ବ ୨.୯ ମିଟର ହୋଇଥିବା ବେଳେ ଏଥିରେ ରହିଛି ୩ଟି ଡୋର । ଆଗରେ ୨ଟି ଡୋର ଥିବାବେଳେ ପଛରେ ଦିଆଯାଇଛି ଆଉଏକ ଡୋର ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ