Home Breaking News ଏପ୍ରିଲ ୧୦ରୁ ବୀମା ଯାଞ୍ଚ୍ କଡ଼ାକଡ଼ି

ଏପ୍ରିଲ ୧୦ରୁ ବୀମା ଯାଞ୍ଚ୍ କଡ଼ାକଡ଼ି

by Admin
0 comment

ଗାଡିଚାଳକ ହୋଇଯାଆନ୍ତୁ ସାବଧାନ । ଯେଉଁ ଗାଡ଼ିଚାଳକ ମୋଟରଯାନ ଆଇନର ଉଲ୍ଲ୍ଲଂଘନ କରିବେ, ସେମାନଙ୍କୁ ଗାଡି ବୀମା ବାବଦକୁ ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା । ଗାଡ଼ି ଯେତେ ପୁରୁଣା ହେଲେ ବି ଯଦି ଗାଡି ମାଲିକ ମୋଟରଯାନ ଆଇନ ଉଲ୍ଲଂଘନ କରିଥିବେ ତାଙ୍କର ବୀମାରାଶି ବର୍ଷକୁ ବର୍ଷ ବଢିଚାଲିବ । ଏଥିପାଇଁ ପରିବହନ ବିଭାଗ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । ଏହାକୁ ସଡ଼କ ପରିବହନ ମନ୍ତ୍ରଣାଳୟ ଏବଂ ଆଇଆରଡିଏଆଇକୁ ଲାଗୁ କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି । ନିକଟରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବୀମା କମ୍ପାନୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ।

ନିଷ୍ପତି ମୁତାବକ ଆସନ୍ତା ଏପ୍ରିଲ ୧୦ରୁ ୮ସପ୍ତାହ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗାଡି ବୀମା ଯାଞ୍ଚ୍ ପ୍ରକ୍ରିୟା କଡ଼ାକଡ଼ି ହେବ । ୧୫ଟି ଜିଲ୍ଲାରେ ବୀମା ଖିଲାପକାରୀ ଅଧିକ ଥିବାରୁ ସେଠାରେ ଏହି ଯାଞ୍ଚ୍ ନିୟମିତ କରାଯିବ । ସେହିପରି ବୈଠକରେ ନିଷ୍ପତି ହୋଇଛି, ବୀମା କମ୍ପାନୀଙ୍କ ଡାଟାବେସକୁ ‘ବାହନ’ ଆପ୍ ସହ ସଂଯୋଗ କରାଯିବ । ଯେପରି କେହି ମାନୁଆଲ ଗାଡ଼ି ବୀମା କରିପାରିବେନି ସେ ଉପରେ ନଜର ରଖାଯିବ । ଯେଉଁମାନଙ୍କ ବିରୋଧରେ ମୋଟରଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିବ ସେମାନଙ୍କଠାରୁ ପ୍ରତି ଚାଲାଣ ପିଛା କେତେ ବୀମାରାଶି ବଢିବ ସେ ନେଇ ଏସଟିଏ ଏକ ସ୍ଲାବ୍ ମଧ୍ୟ ପ୍ରସ୍ତୁତ କରିଛି ।

ଅଧିକ ପଢନ୍ତୁ

ଆହୁରି ପଢନ୍ତୁ

ଏହାକୁ ବାଣିଜ୍ୟ ଓ ପରିବହନ ବିଭାଗ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଅନୁମୋଦନ ପାଇଁ ପଠାଇବ । ଏହା ଅନୁମୋଦନ ହେଲେ ତୁରନ୍ତ ଏହାକୁ ଲାଗୁ କରାଯିବ । ସେହିପରି ଅଧିକରୁ ଅଧିକ ପ୍ରଥମ ପାର୍ଟି ବୀମା, ଗାଡି ବୀମାରେ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଆଦି ବାଧ୍ୟତାମୂଳକ କରିବା ନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏସଓପି ଜାରି କରାଯିବ ବୋଲି ନିଷ୍ପତି ନିଆଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc