ଦୀର୍ଘ ୨୩ବର୍ଷର ଯାତ୍ରାରେ ପଡିଛି ପୂର୍ଣ୍ଣଚ୍ଛେଦ । ସବୁଦିନ ପାଇଁ ବନ୍ଦ ହୋଇଯାଇଛି ଗ୍ରାହକଙ୍କ ପ୍ରଥମ ପସନ୍ଦିଦା କାର ଅଲ୍ଟୋ-୮୦୦ । ମାରୁତି ନିଜର ଲୋକପି୍ରୟ କାର ଅଲ୍ଟୋ-୮୦୦ର ଉତ୍ପାଦନ ସବୁଦିନ ପାଇଁ ବନ୍ଦ କରିଦେଇଛି । ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହା ଭାରତରେ ସବୁଠାରୁ ଅଧିକ ବିକି୍ର ହେଉଥିଲା । ବିଶେଷକରି ମଧ୍ୟବିତ ଶ୍ରେଣୀର ଗ୍ରାହକ ଚାହିଁଲେ ଏହି କାରଟିକୁ କିଣିନେଉଥିଲେ । କାରଣ ଦାମ୍ କମ୍ ସାଙ୍ଗକୁ ଏହାର ଦମଦାର ମାଇଲେଜ୍ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ବେଶ୍ ସମର୍ଥ ହୋଇଥିଲା । ଏପରି କି କାର ମାର୍କେଟରେ ରାଜ୍ କରୁଥିଲା ମାରୁତି-୮୦୦ ମଡେଲ । ବଜାରରେ ନିଜର ଏକତରଫା ଆଧିପତ୍ୟ ବିସ୍ତାର କରିବାରେ ସକ୍ଷମ ହୋଇଥିଲା ଏହି ମଡେଲଟି । ସବୁ ଶ୍ରେଣୀର ଲୋକଙ୍କ ସ୍ୱପ୍ନ ଶାକାର କରିପାରୁଥିଲା ମାରୁତି ଅଲ୍ଟୋ । ସୂଚନା ମୁତାବକ ୨ହଜାର ମସିହାରେ ପ୍ରଥମେ ଲଞ୍ଚ୍ ହୋଇଥିଲା ମାରୁତିର ଏହି ଶସ୍ତା ଓ ଲୋକପି୍ରୟ ମଡେଲ୍ ।
ବଜାରକୁ ଆସିବା ପରେ ଏହା ଗ୍ରାହକଙ୍କ ଦିଲରେ ରାଜ୍ କରିଥିଲା । ବର୍ଷେ କି ୫ବର୍ଷ ନୁହେଁ ଦୀର୍ଘ ୨୩ବର୍ଷ ଧରି କାର ମାର୍କେଟରେ ନିଜର ଦମ୍ ଦେଖାଇ ଚାଲିଥିଲା ଅଲ୍ଟୋ-୮୦୦ । ଏହାର ଚାହିଦା ଦୃଷ୍ଟିରୁ ମାରୁତି ମଧ୍ୟ ଏହାକୁ ନୂଆ ନୂଆ ଭର୍ସନରେ ଲଞ୍ଚ୍ କରିଥିଲା, ହେଲେ ଶେଷରେ ଏହାର ଉତ୍ପାଦନ ବନ୍ଦ କରିଛି କମ୍ପାନୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରଙ୍କ ପକ୍ଷରୁ ପ୍ରଥମେ ବିଏସ-ସିକ୍ସ ମଡେଲ କାର ବଜାରକୁ ଆସିବ ବୋଲି ଘୋଷଣା କରିଥିଲା । ଏହାପରେ ପ୍ରଥମେ ମାରୁତି ନିଜଆଡୁ ଏହି ଲୋକପି୍ରୟ କାରଟିକୁ ବନ୍ଦ କରିଦେଇଛି । ଏବେ କେବଳ ସୋ’ରୁମରେ ଷ୍ଟକ୍ ଥିବା କାରଗୁଡିକ ବିକି୍ର ହେବ ବୋଲି ଜଣାପଡ଼ିଛି ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ