ଆରବିଆଇ ଆକାଉଣ୍ଟକୁ ଯାଇଛି ୩୫ହଜାର କୋଟି । ଏ ଟଙ୍କା ବ୍ଲାକ୍ ମନି କିମ୍ବା କୌଣସି ଶିଳ୍ପପତିଙ୍କର ନୁହେଁ । ଏସବୁ ଟଙ୍କା ହେଉଛି ସାଧାରଣ ଜନତାଙ୍କର । ଦେଶର ବିଭିନ୍ନ ଜାତୀୟକରଣ ବ୍ୟାଙ୍କରେ ଦାବିବିହୀନ ଜମାରାଶୀ ରିଜର୍ଭ ବ୍ୟାଙ୍କକୁ ହସ୍ତାନ୍ତର ହୋଇଛି । ୨୦୨୩ ଫେବୃଆରୀ ୨୮ସୁଦ୍ଧା ଏହି ବ୍ୟାଙ୍କଗୁଡିକରେ ୧୦.୨୪କୋଟି ଦାବିବିହୀନ ଆକାଉଣ୍ଟରେ ଥିବା ଏହି ଅର୍ଥ ଆରବିଆଇରେ ଜମା ହୋଇଛି । ବିଗତ ୧୦ବର୍ଷରୁ ଅଧିକ ହେବ ଏହି ଆକାଉଣ୍ଟ୍ ଗୁଡିକରେ କୌଣସି କାରବାର ହୋଇନଥିବା ବେଳେ ଏହାର ବର୍ତମାନସୁଦ୍ଧା ବି କେହି ଦାବିଦାର ନାହାନ୍ତି । ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତର ଦେଇ ଏଭଳି ତଥ୍ୟ ରଖିଛନ୍ତି କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଭଗୱତ୍ କରାଡ୍ । ଦାବିବିହୀନ ଜମାରାଶୀ ପ୍ରସଙ୍ଗରେ ଭାରତୀୟ ଷ୍ଟେଟବ୍ୟାଙ୍କ ସବୁଠାରୁ ଆଗରେ ରହିଛି ।






ଆରବିଆଇର କେବଳ ୮ହଜାର ୮୬କୋଟି ଟଙ୍କା ଜମା ଥିବା ବେଳେ ଏହାପଛକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୫ହଜାର ୩୪୦କୋଟି, କାନାରା ବ୍ୟାଙ୍କର ୪ହଜାର ୫୫୮କୋଟି ଓ ବ୍ୟାଙ୍କ ଅଫ୍ ବରୋଦାର ୩ହଜାର ୯୦୪କୋଟି ଟଙ୍କା ଥିବା ଜଣାପଡ଼ିଛି । ଏହାସହିତ ଜଣେ ସାଂସଦ ପ୍ରଶ୍ନ କରିଥିଲେ, ଯଦି ଏଭଳି କୌଣସି ଆକାଉଣ୍ଟଧାରୀଙ୍କର ମୃତୁ୍ୟ ଘଟିଥାଏ, ତେବେ ସେ କ୍ଷେତ୍ରରେ ଏସବିଆଇ ଅଧିକାରୀଙ୍କମାନେ ମୃତକଙ୍କ ପରିବାରକୁ ସହାୟତା କରିଥାଆନ୍ତି କି ।
ଅଧିକ ପଢନ୍ତୁ