କାର୍ ଗ୍ରାହକଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଟୟୋଟା ପକ୍ଷରୁ ଲଂଚ୍ ହୋଇଛି ଦୁଇ ଦୁଇଟି ଜବରଦସ୍ତ ମଡେଲ ଟୟୋଟା ରେଜ୍ ଓ ଅର୍ବାନ୍ କୃଜର । ଏବେ ଭାରତୀୟ କାର ମାର୍କେଟରେ ନିଜର ଦମ୍ ଦେଖାଉଛି ପ୍ରଖ୍ୟାତ ଭାରତୀୟ ଅଟୋ ନିର୍ମାତା ମାରୁତି । ନିକଟରେ ମାରୁତି ପକ୍ଷରୁ ଲଂଚ୍ ହୋଇଛି ଏହାର ଅତ୍ୟାଧୁନୀକ ମଡେଲର ଫ୍ରଙ୍କ୍ସ ଓ ଏର୍ଟିଗା । ସେହିପରି ପ୍ରଖ୍ୟାତ ଜାପାନ୍ ଅଟୋ ନିର୍ମାତା ଟୟୋଟା ଏବେ ଭାରତୀୟ ବଜାରକୁ ଛାଡିଛି ଇନୋଭା ହାଇକ୍ରସ୍ ଏମଭି ମଡେଲ । ଏହି ମଡେଲଟି ବଜାରରେ ନିଜର ଦମ୍ ଦେଖାଉଥିବା ବେଳେ ଟୟୋଟାର କି୍ରଷ୍ଟାର ବି ରହିଛି ଅନେକ ଫିଚର୍ସ । ଏଥିରେ ଖଞ୍ଜାଯାଇଛି ଫାଇଭ୍ ସ୍ପିଡର ଡିଜେଲ ଇଞ୍ଜିନ୍ । ଏପରିକ୍ଷେତ୍ରରେ ଟୟୋଟା ପକ୍ଷରୁ ଏହି ଦୁଇଟି ଯାକ ମଡେଲକୁ ଆହୁରି ଅନେକ ଫିଚର୍ସ ସହ ବଜାରକୁ ଆଣିବାକୁ ଯୋଜନା କରିଛି ।





ଟୟୋଟା କମ୍ପାନୀ ଏବେ ଦୁଇଟି ମଡେଲ ଲଂଚ୍ କରିଥିବା ବେଳେ ଏବେ ମାରୁତିର ଫ୍ରଙ୍କ୍ସ ଓ ଏର୍ଟିଗାକୁ ଜବରଦସ୍ତ ଟକ୍କର ଦେବ ବୋଲି ଦାବି କରିଛି କମ୍ପାନୀ । କାରଣ ଏବେ ମାରୁତିର ୨ଟିଯାକ ମଡେଲ ବଜାରେ ନିଜର ଦମ୍ ଦେଖାଇବା ସହ ଜବରଦସ୍ତ ବିକି୍ର କରୁଛନ୍ତି । ତେଣୁ ଏହି ଦୁଇଟି ମଡେଲକୁ ମାତ୍ ଦେବାକୁ ଟୟୋଟା ପକ୍ଷରୁ ଲଂଚ୍ ହେବାକୁ ଯାଉଛି ଏମପିଭି ମଡେଲର ଆଉ ଦୁଇଟି କାର୍ । ଏହାର ଲୁକ୍ ଓ ଫିଚର୍ସରେ ଅନେକ ପରିବର୍ତନ କରିଛି କମ୍ପାନୀ । ଟୟୋଟାର ରେଜ୍ ଓ ଅର୍ବାନ୍ କ୍ରୁଜରର ଲୁକ୍ ମଧ୍ୟ ବେଶ୍ ଆକର୍ଷଣୀୟ । ଏହି ଦୁଇଟି ମଡେଲକୁ ପ୍ୟାରିସ୍ ଓ ଫ୍ରାନ୍ସ ମଡେଲରେ ପ୍ରସ୍ତୁତ କରାଯାଇଛି ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ